Add parallel Print Page Options

ଯୋଷେଫ ଏକ ଫାନ୍ଦ ପ୍ରସ୍ତୁତ କଲେ

44 ଯୋଷେଫ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ସେହି ଲୋକମାନଙ୍କର ପଟରେ ସେମାନେ ଯେତେ ନେଇପାରିବେ, ସେତେ ଶସ୍ୟ ଭର୍ତ୍ତି କର ଏବଂ ସେମାନଙ୍କ ପଇସା ମଧ୍ୟ ତାଙ୍କ ଥଳି ଉପରେ ରଖି ଦିଅ। ସାନ ଭାଇର ପଟରେ ତା’ର ଟଙ୍କାତକ ଭର୍ତ୍ତି କର। କିନ୍ତୁ ତା’ର ପଟରେ ମୋର ରୂପା ତାଟିଆ ରଖ।” ଯୋଷେଫ ସେମାନଙ୍କୁ ଯେପରି କହିଲେ ଦାସମାନେ ଠିକ୍ ସେହିପରି କଲେ।

ତା’ ପରଦିନ ପ୍ରତ୍ୟୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା। ସେମାନେ ନଗର ଛାଡ଼ିବା ପରେ ଯୋଷେଫ ତାଙ୍କର ଦାସଙ୍କୁ କହିଲେ, “ସେହି ଲୋକମାନଙ୍କୁ ଅନୁସରଣ କର। ସେମାନଙ୍କୁ ଅଟକାଇ କୁହ, ‘ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କଲୁ, କିନ୍ତୁ ତୁମ୍ଭେମାନେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭେମାନେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଗ୍ଭେରି କଲ? ଆମ୍ଭର ମହାଶୟ ସେହି କ‌ପ୍‌ରେ ପାନ କରି ସାରିବା ପରେ ଗୁପ୍ତ କଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆରେ ଜାଣିବାକୁ ଏହା ବ୍ୟବହାର କରନ୍ତି। କାହିଁକି ତୁମ୍ଭେମାନେ ଏହି ମନ୍ଦକାର୍ଯ୍ୟ କଲ?”

ତେଣୁ ଦାସମାନେ ତାଙ୍କର କଥା ମାନି ଏବଂ ସେମାନେ ଘୋଡ଼ା ଚଢ଼ି ତାଙ୍କୁ ଅନୁସରଣ କଲେ। ସେହି ଦାସମାନେ ସେମାନଙ୍କୁ ଯୋଷେଫଙ୍କ କଥା କହିଲେ।

କିନ୍ତୁ ଭାଇମାନେ ସେହି ଦାସକୁ କହିଲେ, “ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ? ଆମ୍ଭେ ଏପରି କିଛି କାର୍ଯ୍ୟ କରି ନାହୁଁ। ଆମ୍ଭେମାନେ କିଣାନ ଦେଶରୁ ଫେରି ଆସିଛୁ, ଆମ୍ଭ ପଟ ମଧ୍ୟରେ ଥିବା ଟଙ୍କା ଫେରାଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ। ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ୟା କରି ପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସେବକଗଣ ହେବୁ।”

10 ଦାସ କହିଲେ, “ତୁମ୍ଭେ ଯାହା କହିବ ଆମ୍ଭେ ସେହିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ୟା କରିବୁ ନାହିଁ। ଆମ୍ଭେ ଯାହା ପାଖରୁ ସେହି ରୂପା ପାତ୍ର ପାଉ, ସେ ଲୋକ ଆମ୍ଭର ଦାସ ହେବ। ଏବଂ ଅନ୍ୟମାନେ ମୁକ୍ତ ହେବେ।”

ଫାନ୍ଦ ଲମ୍ବାଇ ବିନ୍ୟାମୀନକୁ ଧରିଲେ

11 ଏହା ପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସେଗୁଡ଼ିକୁ ଖୋଳିଲେ। 12 ଯୋଷେଫଙ୍କ ଦାସ ସେହି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ୱୟରେ ସାନର ପଟ ଦେଖିଲେ। ଶେଷରେ ବିନ୍ୟାମୀନର ପଟରୁ ସେହି ପାତ୍ରଟିକୁ ପାଇଲେ। 13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ।

14 ଯିହୁଦା ଏବଂ ତା’ର ଭାଇମାନେ ଯୋଷେଫଙ୍କ ଗୃହକୁ ଗଲେ। ଯୋଷେଫ ସେହିଠାରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ। 15 ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ’ଣ ଜାଣି ପାରିଲ ନାହିଁ, ମୁଁ ସମସ୍ତ ଗୁପ୍ତକଥା ଜାଣିପାରେ। ମୋ’ଠାରୁ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରି ପାରିବ ନାହିଁ।”

16 ଯିହୁଦା କହିଲା, “ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫେଇ ଦେବାର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରି ପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ଦୋଷ। ପରମେଶ୍ୱରଙ୍କ ବିଗ୍ଭରରେ ଆମ୍ଭେ କରିଥିବା କାର୍ଯ୍ୟ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ଆପଣଙ୍କ ଦାସ ହୋଇ ରହିବୁ, ତାହା ସହିତ ଯାହାର ପଟରୁ ଆପଣଙ୍କ ପାତ୍ର ମିଳିଲା।”

17 କିନ୍ତୁ ଯୋଷେଫ କହିଲେ, “ପରମେଶ୍ୱର ଏପରି ନ କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କେବଳ ଯେ ମୋର ପାତ୍ର ଗ୍ଭେରି କରିଛି, ସେ ମୋର ଦାସ ହେବ। ଅନ୍ୟମାନେ ଶାନ୍ତିରେ ତୁମ୍ଭର ପିତାଙ୍କ ନିକଟକୁ ଫେରିଯାଅ।”

ଯିହୁଦା ବିନ୍ୟାମୀନ ପାଇଁ ଯୁକ୍ତି କଲା

18 ଏହା ପରେ ଯିହୁଦା ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ହେ ମହାଶୟ, ମୋତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ୟ। 19 ପୂର୍ବରୁ ଆପଣ ଆମ୍ଭକୁ ପଗ୍ଭରି ଥିଲେ, ‘ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?’ 20 ଆମ୍ଭେ ଆପଣଙ୍କୁ ଉତ୍ତର କରିଥିଲୁ, ‘ହଁ, ଆମ୍ଭର ଏକ ପିତା ଅଛନ୍ତି, ସେ ବୃଦ୍ଧ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ୟନ୍ତ ପ୍ରେମ କରୁଥିଲେ। କାରଣ ସେ ପିତାଙ୍କର ବାର୍ଦ୍ଧକ୍ୟ କାଳରେ ଜନ୍ମ ନେଇଥିଲା। ସେହି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ୟାମୀନ ହେଉଛି ସେହି ଭାଇ ଯିଏ ଏକ ମା’ର ସନ୍ତାନ। ଆମ୍ଭର ପିତା ମଧ୍ୟ ତାକୁ ଅତ୍ୟନ୍ତ ଭଲପାନ୍ତି।’ 21 ତା’ପରେ ଆପଣ ଆମ୍ଭକୁ କହିଲେ, ‘ତେବେ ସେହି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଗ୍ଭହେଁ।’ 22 ଆମ୍ଭେ କହିଲୁ, ‘ଆମ୍ଭର ସାନ ଭାଇ ଆସି ପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି, ତେବେ ପିତା ଦୁଃଖରେ ପ୍ରାଣତ୍ୟାଗ କରିବେ।’ 23 କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମୋତେ କେବେ ଦେଖିବ ନାହିଁ।’ 24 ତେଣୁ ଆମ୍ଭେ ପିତାଙ୍କ ନିକଟକୁ ଫେରି ଗଲୁ ଓ ଆପଣ ଯାହା କହିଥିଲେ, ତାଙ୍କୁ କହିଲୁ।

25 “ଏହା ପରେ, ଆମ୍ଭର ପିତା କହିଲେ, ‘ତୁମ୍ଭେମାନେ ଯାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।’ 26 ଏବଂ ଆମ୍ଭେ ପିତାଙ୍କୁ କହିଲୁ, ‘ଆମ୍ଭେ ଆମ୍ଭର ସାନ ଭାଇ ବିନା ଯାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନ ଯାଏ, ତାହାହେଲେ ସେହି ବ୍ୟକ୍ତିର ମୂଖ ଦେଖି ପାରିବୁ ନାହିଁ।’ 27 ଏହା ପରେ ଆମ୍ଭର ପିତା ଆମ୍ଭକୁ କହିଲେ, ‘ତୁମ୍ଭେ ଜାଣ ମୋର ସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନେଇଥିଲେ। 28 ଗୋଟିଏ ପୁତ୍ର ମୋ’ଠାରୁ ଦୂରକୁ ଗ୍ଭଲିଗଲା। ସେହି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ୱାସ କରେ ସେ ହିଂସ୍ର ଜନ୍ତୁ ଦ୍ୱାରା ଗ୍ରାସିତ ହୋଇଯାଇଛି। 29 ଯଦି ତୁମ୍ଭେ ମୋର ଆର ପୁତ୍ରକୁ ମୋ’ଠାରୁ ଦୂରେଇ ନିଅ। ଏବଂ ଯଦି ତା’ର କିଛି ହୁଏ, ତେବେ ମୁଁ ଦୁଃଖରେ ମରିଯିବି।’ 30 ବର୍ତ୍ତମାନ ଚିନ୍ତା କରନ୍ତୁ, କ’ଣ ହେବ। ଯେତେବେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫେରିବୁ। ସେହି ବାଳକ ଆମ୍ଭ ପିତାଙ୍କର ଅମୂଲ୍ୟ ସମ୍ପଦ। 31 ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ।

32 “ମୁଁ ଏହି ଭାଇ ପାଇଁ ଦାୟିତ୍ୱ ନେଇଛି। ମୁଁ ମୋର ପିତାଙ୍କୁ କହିଥିଲି, ‘ଯଦି ମୁଁ ବିନ୍ୟାମୀନଙ୍କୁ ସାଙ୍ଗରେ ନ ନିଏ ତେବେ ସେ ମୋତେ ଜୀବନ ସାରା ଦୋଷ ବହନ କରିବ।’ 33 ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ଯିବାକୁ ଦିଅନ୍ତୁ। ଏବଂ ମୁଁ ଆପଣଙ୍କ ଦାସ ହୋଇ ରହିବି। 34 ମୁଁ ମୋର ପିତାଙ୍କ ନିକଟକୁ ଫେରିଯାଇ ପାରିବି ନାହିଁ। ଯଦି ବିନ୍ୟାମୀନ ମୋ’ ସହିତ ନ ଯାଏ। ମୋତେ ଡର ଲାଗୁଛି ମୋର ପିତାଙ୍କର କ’ଣ ହେବ।”