Add parallel Print Page Options

ଯୋଷେଫ ତାଙ୍କୁ ତାଙ୍କର ପରିଚୟ ଦେଲେ

45 ଯୋଷେଫ ନିଜକୁ ବେଶି ଦିନ ନିୟନ୍ତ୍ରଣରେ ରଖି ପାରି ନ ଥିଲେ। ଯୋଷେଫ ସମସ୍ତ ଲୋକଙ୍କୁ ସମ୍ମୁଖକୁ ଡାକି କହିଲେ, “ସମସ୍ତେ ଏଠାରୁ ଗ୍ଭଲିଯାଅ।” ତେଣୁ କେହି ନ ଥିଲାବେଳେ ଯୋଷେଫ ନିଜକୁ ଭାଇମାନଙ୍କ ସମ୍ମୁଖରେ ପରିଚିତ କରାଇଲେ। ଯୋଷେଫ କ୍ରନ୍ଦନ କରିବା ସମସ୍ତ ମିଶରୀୟମାନେ ଶୁଣିଲେ, ଯେଉଁମାନେ ଫାରୋଙ୍କ ଗୃହରେ ଥିଲେ। ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ ଅଟେ। ମୋର ପିତା କୁଶଳରେ ତ?” କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସେମାନେ ଭୟ କରୁଥିଲେ।

ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୋ’ ନିକଟକୁ ଆସ, ମୁଁ ନିବେଦନ କରୁଛି ମୋ’ ନିକଟକୁ ଆସ।” ତେଣୁ ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ। ତେଣୁ ଯୋଷେଫ ସେମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ, ମୁଁ ହେଉଛି ସେହି ଭାଇ ଯାହାକୁ ତୁମ୍ଭେମାନେ ବିକ୍ରି କଲ କ୍ରୀତଦାସ ପରି କ୍ରେତାମାନଙ୍କୁ, ଯେଉଁମାନେ ସେମାନଙ୍କର ମିଶରୀୟ ରାସ୍ତାରେ ଥିଲେ। ବର୍ତ୍ତମାନ ତୁମ୍ଭେ ବ୍ୟସ୍ତ ହୁଅ ନାହିଁ। ମୋତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ୱର ମୋତେ ଏଠାକୁ ପଠାଇଲେ। ଦୁର୍ଭିକ୍ଷ ବର୍ତ୍ତମାନ ଦୁଇ ବର୍ଷ ଧରି ଗ୍ଭଲିଛି। ଆହୁରି ଏହିପରି ପାଞ୍ଚ ବର୍ଷ ହେବ। ଶସ୍ୟ କଅଁଳିବ ନାହିଁ। ତେଣୁ ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗେଇ ନେବା ପାଇଁ। ତେଣୁ ମୁଁ ଏଠାରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରି ପାରିବି । ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ୱରଙ୍କ ଯୋଜନା। ପରମେଶ୍ୱର ମୋତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।”

ଇସ୍ରାଏଲ ମିଶରକୁ ନିମନ୍ତ୍ରିତ ହେଲେ

ଯୋଷେଫ କହିଲେ, “ଶୀଘ୍ର ମୋର ପିତାଙ୍କ ନିକଟକୁ ଯାଅ। ତାଙ୍କୁ କୁହ ତୁମ୍ଭର ପୁତ୍ର ଯୋଷେଫ ଏହି ବାର୍ତ୍ତା ଦେଇଛନ୍ତି। ‘ପରମେଶ୍ୱର ମୋତେ ମିଶରର ରାଜ୍ୟପାଳ କରିଛନ୍ତି। ତେଣୁ ମୋ’ ପାଖକୁ ଆସ ଅପେକ୍ଷା କର ନାହିଁ। ଶୀଘ୍ର ଆସ। 10 ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବଶ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋର ନିକଟବର୍ତ୍ତୀ ହେବ। 11 ମୁଁ ତୁମ୍ଭମାନଙ୍କର ଆଗାମୀ ପାଞ୍ଚ ବର୍ଷ ପାଇଁ ଯତ୍ନ ନେବି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।’

12 ଯୋଷେଫ ତାଙ୍କର ଭାଇମାନଙ୍କୁ ଏ କଥା କହିଲେ, “ମୁଁ ଯୋଷେଫ ବୋଲି, ତୁମ୍ଭେ ନିଶ୍ଚିତରେ ଜାଣିଥିବ। ଏପରିକି ମୋର ଭାଇ ବିନ୍ୟାମୀନ ଜାଣୁ ଯେ ମୁଁ ଯୋଷେଫ, ତୁମ୍ଭର ଭାଇ କହୁଅଛି। 13 ତେଣୁ ତୁମ୍ଭେମାନେ ମୋର ଏଠାରେ ଐଶ୍ୱର୍ଯ୍ୟାଦି ଯାହା ଦେଖୁଛ, ତାହା ମୋ’ ପିତାଙ୍କୁ ଜଣାଅ। ମୋର ଏଠାରେ ଯାହା ଦେଖୁଛ ତାହା ସବୁ ମୋର ପିତାଙ୍କୁ ଯାଇ କୁହ। ବର୍ତ୍ତମାନ ତୁମ୍ଭେ ଶୀଘ୍ର ଯାଇ ମୋର ପିତାଙ୍କୁ ଏଠାକୁ ଆଣ।” 14 ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ। 15 ପୁଣି ଯୋଷେଫ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।

16 ଯୋଷେଫଙ୍କ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ୟ ଜାଣି ପାରିଲେ। ଏଥିରେ ଫାରୋ ଓ ତାଙ୍କର ଦାସ ସମୂହ ଆନନ୍ଦିତ ହେଲେ। 17 ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ୟରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଗ୍ଭଲିଯାଆନ୍ତୁ। 18 ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସେମାନଙ୍କୁ ମିଶରର ସବୁଠାରୁ ଉତ୍ତମ ଭୂମି ଦେବି ଏବଂ ସେମାନେ ଏଠାରେ ଥିବା ପର୍ଯ୍ୟନ୍ତ ଆମ୍ଭର ଖାଦ୍ୟ ଖାଇବେ।” 19 ଏହା ପରେ ଫାରୋ କହିଲେ, “ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ୱାରା ସେମାନଙ୍କର ଭୂମିକୁ ଯାତ୍ରା କରନ୍ତୁ ଏବଂ ସେମାନଙ୍କର ପିତା, ସେମାନଙ୍କର ସ୍ତ୍ରୀମାନଙ୍କୁ ଏବଂ ସେମାନଙ୍କର ପିଲାମାନଙ୍କୁ ଆଣନ୍ତୁ। 20 ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ୟାଗ କରିବା ବିଷୟରେ ଦୁଃଖ କର ନାହିଁ।”

21 ତେଣୁ ଇସ୍ରାଏଲଙ୍କ ପୁତ୍ରମାନେ ସେହିପରି କଲେ। ଫାରୋ କହିବା ଅନୁସାରେ ଯୋଷେଫ ସେମାନଙ୍କୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ଯାତ୍ରା ପାଇଁ ଆବଶ୍ୟକ ଦ୍ରବ୍ୟମାନ ମଧ୍ୟ ଦେଲେ। 22 ଯୋଷେଫ ତାଙ୍କର ପ୍ରତ୍ୟେକ ଭାଇମାନଙ୍କୁ ଗୋଟିଏ ଯୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ୟାମୀନକୁ 300 ରୌପ୍ୟ ମୁଦ୍ରା ଓ ପାଞ୍ଚ ଯୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ। 23 ପୁଣି ଯୋଷେଫ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୋଟୀ ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପାଠାଇଲେ। 24 ଏହା ପରେ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, ସେମାନଙ୍କର ଘର ରାସ୍ତାରେ ଯିବାକୁ ଏବଂ ସେମାନଙ୍କୁ ସାବଧାନ କରାଇ କହିଲେ, “ସିଧା ଘରକୁ ଯାଅ। ବାଟରେ ଝଗଡ଼ା କର ନାହିଁ।”

25 ଏହିପରି ଭାବରେ ଯୋଷେଫଙ୍କର ଭାଇମାନେ ମିଶର ଛାଡ଼ି କିଣାନ ଦେଶକୁ ଗଲେ। ତା’ପରେ ସେମାନେ ସେମାନଙ୍କର ପିତା ଯାକୁବଙ୍କ ଆଗକୁ ଆସିଲେ। 26 ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।”

ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। 27 ତା’ପରେ ଯୋଷେଫଙ୍କ ସମସ୍ତ କଥା ସେମାନେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟମାନ ଦେଖିଲେ। ଏହା ପରେ ଯାକୁବ ଅତ୍ୟନ୍ତ ଆନନ୍ଦିତ ହେଲେ। 28 ଯାକୁବ କହିଲେ, “ଏହା ଯଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମୋର ପୁତ୍ର ଯୋଷେଫ ଏବେବି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ଯିବି।”