Add parallel Print Page Options

14 “ଆମ୍ଭେମାନେ ସମସ୍ତେ ମନୁଷ୍ୟ।
    ଆମ୍ଭର ଜୀବନ ଅଳ୍ପାୟୁ ତଥା ନାନା ବିପଦରେ ପୂର୍ଣ୍ଣ।
ମଣିଷର ଜୀବନ ଫୁଲ ସଦୃଶ,
    ସେ ଖୁବ୍ ଶୀଘ୍ର ବଢ଼ିଯାଏ ଓ ଶେଷରେ ମରିଯାଏ।
ମଣିଷର ଜୀବନ ଛାୟା ତୁଲ୍ୟ ଏଠାରେ ଖୁବ୍ କମ ସମୟ ପାଇଁ,
    ଘଡ଼ିକେ ଦେଖାଯାଏ ପୁଣି ଅଦୃଶ୍ୟ ହୋଇଯାଏ।
ଏହା ସତ୍ୟ, କିନ୍ତୁ ପରମେଶ୍ୱର ତୁମ୍ଭେ କ’ଣ ଜଣେ ବ୍ୟକ୍ତିକୁ ଦେଖିବ?
    ତୁମ୍ଭେ କ’ଣ ମୋ’ ସହିତ ବିଗ୍ଭରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ଯୁକ୍ତି ଉପସ୍ଥାପନା କରିବା?

“ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ।
ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି।
    ହେ ପରମେଶ୍ୱର, ତୁମ୍ଭେ ନିର୍ଣ୍ଣୟ କର ଜଣେ ମନୁଷ୍ୟ କେତେ ଦିନ ବଞ୍ଚିବ।
ତୁମ୍ଭେ ମଣିଷ ପାଇଁ ସେହି ସୀମା ନିର୍ଦ୍ଦିଷ୍ଟ କରିଛ।
    ଏହା କ’ଣ କେହି ବଦଳାଇ ପାରେ?
ତେଣୁ ହେ ପରମେଶ୍ୱର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର।
    ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ।
    ଯେପରି ଦିନ ମଜୁରୀଆ କାମ ଶେଷ ପରେ ତା’ର ମଜୁରୀକୁ ଉପଭୋଗ କରିଥାଏ।

“ଗୋଟିଏ ଗଛ ପାଇଁ ମଧ୍ୟ ଆଶା ଅଛି।
    ଯଦି ଥରେ ଏହା କଟା ହୋଇଯାଏ, ଏହା ମଧ୍ୟ ପୁଣି ବଞ୍ଚିପାରେ।
    ପୁଣି ଡାଳପତ୍ର ମେଲି ଶାଖା ବୃଦ୍ଧି କରିପାରେ।
ଯଦିଓ ତାହାର ଚେର ଭୂମି ତଳେ ଜୀର୍ଣ୍ଣ ହୋଇଯାଏ
    ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିଯାଏ।
କିନ୍ତୁ ପାଣିର ଗନ୍ଧ ପାଇବା ମାତ୍ରେ
    ଏହା ତାହାର ଶାଖା ଗୋଟିଏ ଯୁବା ବୃକ୍ଷପରି ବଢ଼ାଇପାରେ।
10 କିନ୍ତୁ ମଣିଷ ଯେତେବେଳେ ମରିଯାଏ।
    ସେ ସମସ୍ତ ଶକ୍ତି ହରାଇ ଦିଏ।
    ସେପରି ଶେଷ ନିଶ୍ୱାସ ନିଏ ଏବଂ ତା’ପରେ ସେ କେଉଁଠାରେ?
11 ହ୍ରଦରୁ ପାଣି ଶୂନ୍ୟ ହୋଇଯାଏ
    ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହୋଇଯାଏ ଏବଂ ଶୁଖିଯାଏ।
12 ଠିକ୍ ସେହିପରି, ମଣିଷ ଶୋଇପଡ଼େ
    ଏବଂ ଆଉ ଉଠେ ନାହିଁ।
ଯେପର୍ଯ୍ୟନ୍ତ ସ୍ୱର୍ଗ ଅଛି,
    ମୃତ ଲୋକ କେବେ ସେହି ନିଦ୍ରାରୁ ଉଠିବେ ନାହିଁ।

13 “ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ପାତାଳରେ ଲୁଗ୍ଭଇ ରଖନ୍ତ।
    ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ଲୁଗ୍ଭଇ ରଖନ୍ତ, ଯେପର୍ଯ୍ୟନ୍ତ ତୁମ୍ଭର ରାଗ ଶାନ୍ତ ନ ହୋଇଛି।
    ତା’ପରେ ତୁମ୍ଭେ ମୋତେ ମନେକରିବା ପାଇଁ ଗୋଟେ ସମୟ ଠିକ୍ କରିବ।
14 ମନୁଷ୍ୟ ମଲେ କ’ଣ ପୁଣି ଆଉ ବଞ୍ଚିବ?
    ମୁଁ ନିଶ୍ଚୟ ଅପେକ୍ଷା କରିବି ଯେତେଦିନ ପର୍ଯ୍ୟନ୍ତ ମୁଁ ମୁକ୍ତ ନ ହୋଇଛି।
15 ହେ ପରମେଶ୍ୱର, ତୁମ୍ଭେ ମୋତେ ଡାକିବ
    ଏବଂ ମୁଁ ତୁମ୍ଭକୁ ଉତ୍ତର ଦେବି।
ତା’ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ,
    ସେ ତୁମ୍ଭ ପାଇଁ ମୁଖ୍ୟ ହେବ।
16 ତୁମ୍ଭେ ତଥାପି ମୋର ପ୍ରତିଟି ପଦକ୍ଷେପକୁ ନିରୀକ୍ଷଣ କରୁଛ,
    କିନ୍ତୁ ତୁମ୍ଭେ ମୋର ପାପଗୁଡ଼ିକୁ ମନେ ପକାଇବ ନାହିଁ।
17 ତୁମ୍ଭେ ମୋର ସମସ୍ତ ପାପକୁ ଏକ ଥଳିରେ ବାନ୍ଧି ଦେଇ
    ନିଜର ମୋହର ଦେଇ ବାହାରକୁ ଫିଙ୍ଗି ଦେବ।

18 “ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହୋଇଯାଆନ୍ତେ,
    ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହୋଇ ବିଛାଡ଼ି ହୋଇ ପଡ଼ନ୍ତେ।
19 ପଥର ଉପରେ ପାଣି ବହି ତାକୁ କ୍ଷୟ କରିଦିଏ।
    ବନ୍ୟା ଭୂମିରୁ ସବୁ ପଟୁମାଟି ପାଣିରେ ପୋଛି ନିଏ।
    ସେହି ଭଳି ହେ ପରମେଶ୍ୱର ତୁମ୍ଭେ ବ୍ୟକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
20 ତୁମ୍ଭେ ତାକୁ ସମ୍ପୂର୍ଣ୍ଣ ପରାସ୍ତ କର
    ଏବଂ ତାକୁ ଛାଡ଼ିଦିଅ।
ତୁମ୍ଭେ ତାକୁ ଦୁଃଖୀ କରାଅ
    ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
21 ଯଦି ତା’ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ।
    ଯଦି ତା’ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖି ପାରେ ନାହିଁ।
22 ସେହି ବ୍ୟକ୍ତି କେବଳ ନିଜ ଶରୀରରେ ଯନ୍ତ୍ରଣାକୁ ଅନୁଭବ କରିପାରେ
    ଏବଂ କେବଳ ନିଜ ପାଇଁ ଶୋକ କରେ।”