Add parallel Print Page Options

31 “ମୁଁ ମୋର ଚକ୍ଷୁ ସଙ୍ଗେ ଏପରି ଏକ ଚୁକ୍ତି କରିଛି ଯେ
    ମୁଁ କୌଣସି ଝିଅକୁ ଏପରି ଭାବରେ ଦେଖିବି ନାହିଁ, ଯଦ୍ଦ୍ୱାରା କି ମୁଁ ତାକୁ ଗ୍ଭହିଁବି।
ସର୍ବଶକ୍ତିମାନ ପରମେଶ୍ୱର ଲୋକଙ୍କ ପ୍ରତି କ’ଣ କରନ୍ତି?
    ପରମେଶ୍ୱର ତାଙ୍କ ବାସସ୍ଥଳ ସ୍ୱର୍ଗରୁ କିପରି ଲୋକମାନଙ୍କୁ ବେତନ ଦିଅନ୍ତି।
ପରମେଶ୍ୱର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି।
    ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସେମାନଙ୍କ ପ୍ରତି ପରମେଶ୍ୱର ବିପତ୍ତି ସୃଷ୍ଟି କରନ୍ତି।
ମୁଁ ଯାହାକରେ ବା ପଦକ୍ଷେପ ଗ୍ରହଣ କରେ,
    ପରମେଶ୍ୱର ସେ ସବୁ ଜାଣନ୍ତି ଓ ଦେଖନ୍ତି।

“ମୁଁ କେବେ ମିଥ୍ୟା କହି ନାହିଁ
    କି ଲୋକଙ୍କୁ ଠକି ନାହିଁ।
ଯଦି ପରମେଶ୍ୱର ଯଥାର୍ଥ ମାନଦଣ୍ଡ ବ୍ୟବହାର କରନ୍ତି,
    ତେବେ ସେ ଜାଣି ପାରିବେ ମୁଁ ନିରପରାଧୀ।
ମୁଁ ଯଦି ଠିକ୍ ବାଟରୁ ଆଡ଼େଇ ଯାଏ, ଯଦି ମୋର ଆଖି ହୃଦୟକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ,
    ଯଦି ମୋର ହାତ ପାପରେ ମଳିନ ହୁଏ।
    ତେବେ ପରମେଶ୍ୱର ଜାଣିବେ।
ତେବେ ଅନ୍ୟ ଲୋକ ସେହି ଶସ୍ୟ ଖାଇଲେ ତାହା ଠିକ୍ ହେବ,
    ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦେଲି।

“ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ
    ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ଯ୍ୟ କରିବା ପାଇଁ ତା’ର ଦ୍ୱାର ଦେଶରେ ଅପେକ୍ଷା କରିଥାଏ,
10 ତେବେ ମୋର ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପାରେ,
    ଅନ୍ୟ ଜଣେ ପୁରୁଷ ତାକୁ ଶଯ୍ୟା ସଙ୍ଗିନୀ କରିବ।
11 କାରଣ ଯୌନାଗ୍ଭର ପାପ ନିନ୍ଦନୀୟ।
    ଏହି ପାପୀ ନିଶ୍ଚିତ ଦଣ୍ଡ ପାଇବା ଉଚିତ୍।
12 ଯୌନାଗ୍ଭର ପାପ ହେଉଛି ଏଭଳି ଏକ ଅଗ୍ନି ସବୁକିଛିକୁ ଧ୍ୱଂସ କଲା ପର୍ଯ୍ୟନ୍ତ ଜଳୁଥାଏ।
    ଏହା ମୋର କରିଥିବା ସମସ୍ତ କାର୍ଯ୍ୟକୁ ନଷ୍ଟ କରିଦେଇ ପାରେ।

13 “ମୁଁ ଯଦି ମୋର କ୍ରୀତଦାସଙ୍କ ପ୍ରତି ନ୍ୟାୟ କରିବାକୁ ମନା କରିଥାଏ।
    ସେତେବେଳେ ମୋ’ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଥାଏ।
14 ତେବେ ପରମେଶ୍ୱରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ’ଣ କରିବି?
    ମୁଁ ଯାହା କରିଛି ତା’ର ବ୍ୟାଖ୍ୟା କରିବାକୁ ପରମେଶ୍ୱର ଯଦି କହନ୍ତି ତେବେ ମୁଁ କି ଉତ୍ତର ଦେବି?
15 ପରମେଶ୍ୱର ମୋର ମା’ର ଶରୀର ଭିତରେ ମୋତେ ସୃଷ୍ଟି କରିଛନ୍ତି।
    ସେ ମଧ୍ୟ ମୋର ଦାସମାନଙ୍କୁ ସୃଷ୍ଟି କରିଛନ୍ତି।
    ପରମେଶ୍ୱର ଆମ୍ଭକୁ ମା’ର ଗର୍ଭ ଭିତରେ ଗଢ଼ିଛନ୍ତି।

16 “ମୁଁ କେବେ ଗରିବ ଲୋକକୁ ସାହାଯ୍ୟ କରିବାକୁ ମନା କରି ନାହିଁ।
    ବିଧବାମାନଙ୍କୁ ସେମାନଙ୍କ ଦରକାର ମୁତାବକ ଦେଇଛି।
17 ମୁଁ କେବେ ଖାଦ୍ୟରେ କୃପଣ ନୁହେଁ।
    ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।
18 ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି।
    ସାରା ଜୀବନ ବିଧବାମାନଙ୍କ ଯତ୍ନ ନେଇଛି।
19 ଯେତେବେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ,
    ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେତେବେଳେ ଦେଖିଛି,
20     ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି
ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି
    ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି।
21 ଅନାଥ ବାଳକକୁ ମୁଁ କେବେ ହାତ ଉଠାଏ ନାହିଁ
    ବରଂ ମୋର ଫାଟକ ପାଖରେ ସାହାଯ୍ୟ କାମନା କରି ଛିଡ଼ା ହୋଇ ଥିବାର ମୁଁ ତାକୁ ଦେଖେ।
22 ମୁଁ ଯଦି କେବେ ତାହା କରିଥାଏ, ତେବେ ମୋର ବାହୁ ଖଞ୍ଜାରୁ ଭାଙ୍ଗିଯାଉ
    ଓ ତାହା କାନ୍ଧ ଉପରୁ ପଡ଼ିଯାଉ।
23 କିନ୍ତୁ ସେହିସବୁ କଦର୍ଯ୍ୟ କାମ ଭିତରୁ କୌଣସି ମୁଁ କେବେ କରି ନାହିଁ।
    ପରମେଶ୍ୱରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ।
    ତାଙ୍କର ମହିମା ମୋତେ ଭୟଭୀତ କରେ।

24 “ମୋର ସମ୍ପତ୍ତିକୁ ମୁଁ କେବେ ବିଶ୍ୱାସ କରେ ନାହିଁ।
    ପରମେଶ୍ୱରଙ୍କ ସାହାଯ୍ୟକୁ ବିଶ୍ୱାସ କରେ।
    ଖାଣ୍ଟି ସୁନାକୁ ମୁଁ କେବେ କହେ ନାହିଁ, ‘ତୁ ମୋର ଆଶା।’
25 ମୁଁ ଧନୀ ଥିଲି।
    କିନ୍ତୁ ତାହା ମୋତେ ଗର୍ବି କରି ନାହିଁ।
ମୁଁ ବହୁତ ଟଙ୍କା ରୋଜଗାର କରିଛି
    କିନ୍ତୁ ତାହା ମୋତେ ଖୁସୀ ପରିପାରି ନାହିଁ।
26 ଦୀପ୍ତିମାନ ସୂର୍ଯ୍ୟ କି ସ୍ମରଣୀୟ ଚନ୍ଦ୍ରକୁ
    ମୁଁ କେବେ ଉପାସନା କରି ନାହିଁ।
27 ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି
    ମୋର ନିର୍ବୋଧତା ନାହିଁ।
28 ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ୟ।
    ଯଦି ମୁଁ ସେହି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ମୁଁ ଅବିଶ୍ୱସ୍ତ ହୋଇଥା’ନ୍ତି।

29 “ମୋର ଶତ୍ରୁମାନେ ଯେତେବେଳେ ଧ୍ୱଂସ ହୋଇ ଯାଆନ୍ତି,
    ସେତେବେଳେ ମୁଁ ଖୁସୀ ହୁଏ ନାହିଁ।
ସେମାନଙ୍କ ବିପଦ ସମୟରେ
    ମୁଁ କେବେ ହସେ ନାହିଁ।
30 ମୋର ଶତ୍ରୁମାନଙ୍କୁ ଅଭିଶାପ ଦେଇ ଓ ସେମାନଙ୍କ ମୃତ୍ୟୁ କାମନାରେ
    ମୋର ମୁଖକୁ ପାପଯୁକ୍ତ ହେବାକୁ ଦେଇ ନାହିଁ।
31 ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦେଇ ଆସିଛି
    ତାହା ମୋ’ ଗୃହର ସମସ୍ତ ଲୋକ ଜାଣନ୍ତି।
32 ମୋ’ ଗୃହ ମଧ୍ୟକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି,
    ଯେଭଳି କି ରାତିରେ ରାସ୍ତାରେ ଶୋଇବାକୁ ପଡ଼ିବ ନାହିଁ।
33 ଅନ୍ୟ ଲୋକମାନେ ସେମାନଙ୍କର ପାପକୁ ଗୁପ୍ତ ରଖିବାକୁ ଗ୍ଭହାନ୍ତି।
    ମୁଁ କେବେ ମୋର ଦୋଷକୁ ଲୁଗ୍ଭଏ ନାହିଁ।
34 ଅନ୍ୟ ଲୋକମାନେ କ’ଣ କହିବେ ତାହାକୁ ମୁଁ କେବେ ଭୟ କରି ନାହିଁ।
    ସେହି ଭୟ ମୋତେ କେବେ ନୀରବ କରାଇ ନାହିଁ।
ବାହାରକୁ ଯିବା ପାଇଁ ମୋତେ କେବେ ପ୍ରତିରୋଧ କରି ନାହିଁ।
    ଅନ୍ୟ ଲୋକର ଘୃଣାକୁ ମୁଁ କେବେ ଭୟ କରି ନାହିଁ।

35 “ମୁଁ କାମନା କରେ ମୋ’ କଥା ଜଣେ କେହି ଶୁଣ।
    ମୋ’ ପକ୍ଷର କଥା କହିବାକୁ ମୋତେ ଦିଆଯାଉ।
ମୁଁ ଗ୍ଭହେଁ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଉତ୍ତର ଦିଅନ୍ତୁ।
    ମୁଁ କ’ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି।
    ମୁଁ ଗ୍ଭହେଁ ସେ ତାହା ଲେଖି ଦିଅନ୍ତୁ।
36 ସେହି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି।
    ତାହାକୁ ମୋ’ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।
37 ଯଦି ପରମେଶ୍ୱର ତାହା କରନ୍ତି, ତେବେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦେବି।
    ଜଣେ ନେତାଭଳି ମୋର ମୁଣ୍ଡ ଟେକି ମୁଁ ପରମେଶ୍ୱରଙ୍କ ପାଖକୁ ଆସିବି।

38 “ମୋର ଜମି ମୁଁ କାହାଠାରୁ ଗ୍ଭେରି କରି ନାହିଁ।
    ଏହା ଗ୍ଭେରି କରିଥିବା କଥା କେହି ମୋତେ ଦୋଷ ଦେଇ ପାରିବେ ନାହିଁ।
39 ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରାପ୍ୟ ଦେଇଛି।
    ଜମିର ଯିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନେବାକୁ ମୁଁ କେବେ ଚେଷ୍ଟା କରି ନାହିଁ।
40 ଯଦି ମୁଁ କେବେ ବି ସେହିସବୁ ଭୁଲ୍ କାମ କରିଥାଏ,
    ତେବେ ମୋ’ ଜମିରେ ଗହମ ଓ ଯଅ ବଦଳରେ କଣ୍ଟା ଓ ବାଳୁଙ୍ଗା ଉଠୁ।”

ଏବଂ ତା’ପରେ ଆୟୁବର କଥା ସମାପ୍ତ ହେଲା।