Add parallel Print Page Options

24 “ଜଣେ ଲୋକ ଏକ ସ୍ତ୍ରୀକୁ ବିବାହ କରି ଗ୍ରହଣ କଲାପରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହାଠାରେ ଅନୁଗ୍ରହ ନ ପାଏ। ତେବେ ସେହି ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବାହାର କରିଦେବା ଉଚିତ୍। ସେ ସ୍ତ୍ରୀ ତା’ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ। 3-4 ଧରାଯାଉ ତା’ ନୂତନ ସ୍ୱାମୀ ତାକୁ ଭଲ ପାଇଲା ନାହିଁ ଓ ତାକୁ ମଧ୍ୟ ଛାଡ଼ପତ୍ର ଦେଲା କିଅବା ନୂତନ ସ୍ୱାମୀର ମୃତ୍ୟୁ ହୁଏ, ତେବେ ମଧ୍ୟ ତା’ର ପ୍ରଥମ ସ୍ୱାମୀ ତାକୁ ଆଉ ପୁନଃ ବିବାହ କରିବା ଉଚିତ୍ ନୁହଁ। ସେ କଳୁଷିତ ହୋଇ ସାରିବା ପରେ, କାରଣ ଏହି କାର୍ଯ୍ୟ ସଦାପ୍ରଭୁଙ୍କ ଆଗରେ ଘୃଣ୍ୟ ଅଟେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରିବା ପାଇଁ ଦେଉଛନ୍ତି ତାକୁ ପାପରେ ଦୋଷୀ କରାଅ ନାହିଁ।

“ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହୋଇଥାଏ ତେବେ ସେ ସୈନ୍ୟଦଳରେ ଯୋଗ ଦେବ ନାହିଁ। କିଅବା ତାଙ୍କୁ କୌଣସି ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟଭାର ଦିଆଯିବ ନାହିଁ। ଏକ ବର୍ଷ ପାଇଁ ତାକୁ ସ୍ୱାଧୀନଭାବେ ବୁଲି ଖୁସୀ କରିବାକୁ ଦିଆଯିବ ସେ ତା’ର ନୂତନ ସ୍ତ୍ରୀକୁ ଧରି ଗୃହରେ ମନୋରଞ୍ଜନ କରି, ବାସ କରିବ।

“କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନୁଷ୍ୟର ପ୍ରାଣ ବନ୍ଧକ ରଖିବା ସହିତ ସମାନ।

“ଧରାଯାଉ କୌଣସି ମନୁଷ୍ୟ ଯେବେ ତାଙ୍କର ପଡ଼ୋଶୀକୁ ଅପହରଣ କରେ ଓ ସେ ତାକୁ ଯଦି ଦାସରୂପେ ବ୍ୟବହାର କରେ, ବା ତାହାକୁ ବିକ୍ରୟ କରେ, ତେବେ ସେହି ଅପହରଣକର୍ତ୍ତାକୁ ହତ୍ୟା କରାଯିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧ୍ୟରୁ ସେହି ଦୁଷ୍କର୍ମ ଦୂର କରିବା ଉଚିତ୍।

“ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍। ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ସେସବୁକୁ ତୁମ୍ଭେମାନେ ସ୍ମରଣ କର।

10 “ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ। 11 ତୁମ୍ଭେ ସର୍ବଦା ବାହାରେ ଛିଡ଼ା ହୋଇ ରହିବ। ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକ ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ। 12 ଧରାଯାଉ, ସେ ଜଣେ ଗରିବ ଲୋକ। ତେବେ ତୁମ୍ଭେ ତା’ର ବନ୍ଧକ ଦ୍ରବ୍ୟ ରଖିବା ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହଁ। 13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ। ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।

14 “ତୁମ୍ଭେ କଦାପି ଦୁଃଖୀ ଓ ଦରିଦ୍ର ଲୋକମାନଙ୍କର ଉପଦ୍ରବ କରିବ ନାହିଁ। ସେ ଇସ୍ରାଏଲୀୟ ହେଉ ବା ବିଦେଶୀୟ ହେଉ। 15 ସନ୍ଧ୍ୟା ପୂର୍ବରୁ ତାହାକୁ ତାହାର ବେତନ ଦେବ। କାରଣ ସେ ଦୁଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।

16 “ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦେବ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପୁତ୍ରକୁ ମଧ୍ୟ ଦଣ୍ତ ଦେବ ନାହିଁ। ପ୍ରତ୍ୟେକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।

17 “ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭରରେ ଅନ୍ୟାୟ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। 18 ମାତ୍ର ତୁମ୍ଭେ ମିଶରରେ ସ୍ଥାୟୀଭାବେ ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି। ଏକଥାକୁ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇ ଅଛୁ।

19 “ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। 20 “ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ପରେ ଆଉ ଥରେ ଡାଳକୁ ଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। 21 “ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ ଆପଣା ଉତ୍ତାରେ ପୁନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। 22 ଆଉ ତୁମ୍ଭେମାନେ ମିଶର ଦେଶରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇଅଛୁ।