Add parallel Print Page Options

ସେ (ପୁ) ତାଙ୍କର (ସ୍ତ୍ରୀ) ସୌନ୍ଦର୍ଯ୍ୟ ପ୍ରଶଂସା କଲେ

ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର।
    ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା
    ବର୍ତ୍ତୁଳ ପାତ୍ର ତୁଲ୍ୟ।
ତୁମ୍ଭର ଉଦର ଶୋଶନ୍ ପୁଷ୍ପ ମଣ୍ଡିତ
    ଗହମ ରାଶି ତୁଲ୍ୟ।
ତୁମ୍ଭର ସ୍ତନ ଯୁଗଳ ହରିଣର
    ଯାଆଁଳା ଛୁଆ ପରି।
ତୁମ୍ଭର ଗଳଦେଶ ଗଳଦନ୍ତମୟ ଦୁର୍ଗ ସଦୃଶ।
ତୁମ୍ଭ ନେତ୍ର ଯୁଗଳ ବେଥ୍-ରବ୍ବୀମ ନଗର ଦ୍ୱାର ନିକଟସ୍ଥ
    ହି‌‌‌ଶ୍‌‌‌ବୋନ୍ ସେରାବର ସଦୃଶ।
ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ
    ଲିବାନୋ‌ନ୍‌ର ଦୁର୍ଗ ତୁଲ୍ୟ।
ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ।
    ପୁଣି ତୁମ୍ଭ ମସ୍ତକର କେଶ
ବାଇଗଣିଆ ରଙ୍ଗ ତୁଲ୍ୟ।
    ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ
    ତୁମ୍ଭେ କେମନ୍ତ ସୁନ୍ଦରୀ ଓ ମାନୋହାରିଣୀ।
ତୁମ୍ଭ ଶରୀରର ଦୀର୍ଘତା ଖଜୁରୀ ବୃକ୍ଷ ତୁଲ୍ୟ
    ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ୟ।
ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି।
    ମୁଁ ତହିଁର ବାହୁଙ୍ଗା ଧରିବି।

ତୁମ୍ଭର ସ୍ତନ ତୁଲ୍ୟ ହେଉ।
    ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ।
ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ,
    ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ
    ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ।

ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ

10 ମୁଁ ଆପଣା ପ୍ରିୟତମଙ୍କର
    ଓ ତାଙ୍କର ବାସନା ମୋ’ ପ୍ରତି ଅଛି।
11 ଆସ, ମୋର ପ୍ରିୟତମ,
    ଆମ୍ଭେମାନେ କ୍ଷେତ୍ରକୁ ଯିବା।
    ଆସ ହେନା ଗ୍ଭରାଗଛ ଗହଣରେ ରାତିଟି କଟେଇଦେବା।
12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ।
    ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ
ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ,
    ତାହା ଆମ୍ଭେମାନେ ଦେଖିବା।
    ସେଠାରେ ମୁଁ ତୁମ୍ଭଙ୍କୁ ଆପଣା ପ୍ରେମ ପ୍ରଦାନ କରିବି।

13 ଦୂଦା ଫୁଲ ସୁବାସ ହେଉଅଛି।
    ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ
ତଟକା ଫଳ ଓ ଶୁଖିଲା ଫଳ ଅଛି।
    ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।