Add parallel Print Page Options

ସଦାପ୍ରଭୁ ନବୂଖ‌ଦ୍‌ନିତ୍ସରଙ୍କୁ ଶାସକ କଲେ

27 ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ଶାସନର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ ମୋତେ ଏହି କଥା କହିଲେ, “ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତେକ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ। ପୁଣି ଯିହୁଦାର ରାଜା ସିଦିକିୟଙ୍କୁ ଦେଖା କରିବାକୁ ଯିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତରେ ଅନ୍ୟ ଯୁଆଳିଗୁଡ଼ିକୁ ଇଦୋମ, ମୋୟାବ, ଅମ୍ମୋନ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ। ଆଉ ସେମାନଙ୍କୁ ଆଦେଶ ଦିଅ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବ। ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ୱାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ୱଇଚ୍ଛାରେ ଯାହାକୁ ଉଚିତ୍ ମନେ କରିବୁ, ଏହା ଦେଇ ପାରିବୁ। ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମୋର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଦେଇଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସେବା କରିବାକୁ ଦେଇଅଛୁ। ପୁଣି ସମୁଦାୟ ଗୋଷ୍ଠୀ ନବୂଖ‌ଦ୍‌ନିତ୍ସର, ତାହାର ପୁତ୍ର ଓ ପୌତ୍ରର ସେବା କରିବେ। ପୁଣି ଏକ ସମୟ ଆସିବ, ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ବାବିଲରେ ନିଜର ଦାସ୍ୟକର୍ମ କରିବେ।

“‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି,”ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା। କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର, ତୁମ୍ଭର ଦିବ୍ୟଦ୍ରଷ୍ଟାମାନଙ୍କର, ତୁମ୍ଭର ସ୍ୱପ୍ନଦ୍ରଷ୍ଟାମାନଙ୍କର, ତୁମ୍ଭର ଗ୍ଭଟୁକାରମାନଙ୍କର କିଅବା ତୁମ୍ଭର ଯାଦୁକରମାନଙ୍କର କଥା ଶୁଣିବା ଉଚିତ୍ ନୁହେଁ, ଯେଉଁମାନେ ତୁମ୍ଭକୁ କହନ୍ତି, “ତୁମ୍ଭେ ବାବିଲୋ‍ନ୍‍ର ରାଜାଙ୍କର ସେବା କରିବା ଉଚିତ୍ ନୁହେଁ।” 10 ମାତ୍ର ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରେଇ ଦେବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରୁଛନ୍ତି।

11 “‘କିନ୍ତୁ ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ନିଜ ନିଜର ବେକ ଦେବେ ଓ ତାହାର ଦାସ୍ୟ କର୍ମ କରିବେ,’ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା ଓ ସେମାନେ ସେଠାରେ କୃଷି କାର୍ଯ୍ୟ କରି ବାସ କରିବେ।’”

12 ଅନନ୍ତର ମୁଁ ସେହି ସମସ୍ତ ବାକ୍ୟ ଯିହୁଦାର ରାଜା ସିଦିକିୟକୁ କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସେବା କର। ତହିଁରେ ତୁମ୍ଭେମାନେ ବଞ୍ଚିବ। 13 ପୁଣି ସଦାପ୍ରଭୁ କହନ୍ତି, କାହିଁକି ତୁମ୍ଭେ ଓ ତୁମ୍ଭର ଲୋକମାନେ ଯୁଦ୍ଧରେ, ଦୁର୍ଭିକ୍ଷରେ ଓ ମହାମାରୀରେ ମରିବ? ସଦାପ୍ରଭୁ କହିଲେ, ଯେଉଁମାନେ ବାବିଲୋନ ରାଜାଙ୍କର ସେବା କରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଘଟିବ। 14 ପୁଣି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ‘ତୁମ୍ଭେମାନେ ବାବିଲ ରାଜାର ସେବା କର ନାହିଁ।’

“ତୁମ୍ଭେମାନେ ସେମାନଙ୍କର କଥାକୁ ଶୁଣିବା ଉଚିତ୍ ନୁହେଁ। କାରଣ ସେମାନେ ମିଥ୍ୟାବାଦୀ ପ୍ରଗ୍ଭର କରନ୍ତି। 15 ପୁଣି ସଦାପ୍ରଭୁ କହନ୍ତି, ‘ମୁଁ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବି ନାହିଁ। ସେମାନେ ମିଥ୍ୟା ପ୍ରଗ୍ଭର କରନ୍ତି ଓ ମୋ’ ନାମରେ ତାହା ପ୍ରଗ୍ଭର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦେବି ଓ ତୁମ୍ଭେମାନେ ବିନଷ୍ଟ ହେବ, ତୁମ୍ଭେମାନେ ଓ ସେହି ପ୍ରଗ୍ଭରକ ଭବିଷ୍ୟ‌ଦ୍‌ବକ୍ତାଗଣ ବିନଷ୍ଟ ହେବ।’”

16 ତା’ପରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଓ ଏହା କହନ୍ତି, “ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହନ୍ତି ଯେ, ‘ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାଯିବ। କିନ୍ତୁ ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ, କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। 17 ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ। ବାବିଲ ରାଜାର ସେବା କର, ତାହାହେଲେ ତୁମ୍ଭେମାନେ ବଞ୍ଚିବ। ଆଉ ଏହି ନଗର ଯିରୁଶାଲମକୁ କାହିଁକି ଧ୍ୱଂସ କରିବାକୁ ଦେବ? 18 ଆଉ ଯଦି ସେମାନେ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କଠାରେ ଥାଏ, ତେବେ ସେମାନେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୁଶାଲମରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁଙ୍କୁ ବିନତି କରନ୍ତୁ।

19 “କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ୱୟ, ସମୁଦ୍ର, ବୈଠିକି ଓ ସମସ୍ତ ବାସନ କୁସନ ସମ୍ବନ୍ଧରେ କହନ୍ତି, ଯାହାକି ଏହି ନଗରରେ ଛାଡ଼ିଛନ୍ତି। 20 ଯେତେବେଳେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ପୁତ୍ର ଯିହୋୟାଖୀ‌‌‌ନ୍‌‌‌ଙ୍କୁ ଓ ଯିହୁଦାର ଓ ଯିରୁଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ନବୂଖ‌ଦ୍‌ନିତ୍ସର ବନ୍ଦୀକରି ବାବିଲକୁ ନେଇଗଲେ ସେତେବେଳେ ସେ ସବୁ ଜିନିଷ ନେଇ ନ ଥିଲେ। 21 ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିରରେ, ଯିହୁଦାର ରାଜପ୍ରାସାଦରେ ଓ ଯିରୁଶାଲମରେ ଅବଶିଷ୍ଟ ଥିବା, ସେହି ସମସ୍ତ ବାସନ କୁସନ ବାବିଲକୁ ଅଣାଯିବ। 22 ‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”