Add parallel Print Page Options

ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସ୍ଥାନ

41 ତା’ପରେ ସେ ମୋତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାର୍ଶ୍ୱ କାନ୍ଥକୁ ମାପିଲେ। ଏହାର ଉଭୟ ପାର୍ଶ୍ୱରେ ପ୍ରାୟ ଛଅ ହାତ ଲେଖାଏଁ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି। ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ଦୈର୍ଘ୍ୟ ଗ୍ଭଳିଶ୍ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।

ସଦାପ୍ରଭୁଙ୍କ ମନ୍ଦିରର ମହାପବିତ୍ର ସ୍ଥାନ

ତା’ପରେ ସେ ଶେଷ କୋଠରୀରେ ପ୍ରବେଶ କଲେ। ସେ ଉଭୟ ପାର୍ଶ୍ୱର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରତ୍ୟେକ ପାଖ ଦୁଇ ଇଞ୍ଚ ମୋଟା ଏବଂ ସାତ ହାତ ପ୍ରସ୍ଥ ଥିଲା। ତା’ପରେ ସେ ତା’ର ଦୈର୍ଘ୍ୟ ମାପିଲେ। ଏହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମୋତେ କହିଲା, “ଏହା ମହାପବିତ୍ର ସ୍ଥାନ ଅଟେ।”

ଆବାସମନ୍ଦିରର ଅନ୍ୟସବୁ କୋଠରୀ

ତା’ପରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କୋଠରୀଗୁଡ଼ିକ ଥିଲା ଏବଂ ସେଗୁଡ଼ିକର ପ୍ରସ୍ଥ ଗ୍ଭରି ହାତ ଲେଖାଏଁ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକ ତିନି ମହଲା ପୃଥକ ଭାବରେ ଥିଲା ଓ ଗୋଟିଏ ଉପରେ ଆଉ ଗୋଟିଏ ମହଲା ଥିଲା। ପ୍ରତ୍ୟେକ ମହଲାରେ ତିରି‌‌ଶ୍‌‌ଟି କୋଠରୀ ଥିଲା। କାନ୍ଥଟି ଥାକ ହୋଇ ନିର୍ମିତ ହୋଇଥିଲା। ପାର୍ଶ୍ୱ କୋଠରୀଗୁଡ଼ିକ ଥାକରେ ନିର୍ମିତ ହୋଇଥିଲା। କୋଠରୀଗୁଡ଼ିକର ଭାର ମନ୍ଦିର କାନ୍ଥରେ ରହିବା ପରିବର୍ତ୍ତେ ତାହା ସେଗୁଡ଼ିକ ଉପରେ ନ୍ୟସ୍ତ ଥିଲା। ପୁଣି ପାର୍ଶ୍ୱସ୍ଥ କୋଠରୀସବୁ ଉଚ୍ଚତାରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କୋଠରୀରୁ ଉଚ୍ଚତମ କୋଠରୀକୁ ଯିବାର ପଥ ମଧ୍ୟମ କୋଠରୀ ଦେଇଗଲା।

ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜିଆ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା। ପାର୍ଶ୍ୱ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା। ମନ୍ଦିରର ପାର୍ଶ୍ୱସ୍ଥ କୋଠରୀ ମଧ୍ୟରେ ଏକ ଖୋଲା ସ୍ଥାନ ଅବଶିଷ୍ଟ ଥିଲା। 10 ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଗ୍ଭରିପଟେ ଥିଲା। 11 ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ଦ୍ୱାର ସେହି ଅବଶିଷ୍ଟ ଖୋଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ୱାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ୱାର ଦକ୍ଷିଣ ଆଡ଼େ ଥିଲା। ଆଉ ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା।

12 ପଶ୍ଚିମ ପାଖର ଅଗଣାରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ଦୈର୍ଘ୍ୟ ଥିଲା। ଆଉ କାନ୍ଥର ମୋଟେଇ ପାଞ୍ଚ ହାତ ଥିଲା। 13 ତା’ପରେ ସେ ମନ୍ଦିରର ଦୈର୍ଘ୍ୟ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ୟ 100 ହାତ ଥିଲା। 14 ଆହୁରି ମନ୍ଦିରର ପୂର୍ବ ଦିଗରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା।

15 ତା’ପରେ ସେ ମନ୍ଦିର ସମ୍ମୁଖରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ମହାପବିତ୍ର ସ୍ଥାନ, ପବିତ୍ର ସ୍ଥାନ ଏବଂ ତ୍ୱରଣଟି ଭିତର ପ୍ରାଙ୍ଗଣରୁ ଦେଖାଯାଉଥିଲା। 16 କାଷ୍ଠ ଆଚ୍ଛାଦିତ ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାପିଲେ। 17 ଦ୍ୱାରର ଉପରି ଭାଗ,

ଅନ୍ତଃସ୍ଥ ଓ ବହିଃସ୍ଥ କାନ୍ଥସବୁର ଗ୍ଭରିଆଡ଼େ ଭିତରେ ଓ ବାହାରେ ସେଗୁଡ଼ିକରେ ବିଶେଷ କାରୁକାର୍ଯ୍ୟ ଖୋଦିତ ହୋଇଥିଲା। 18 ପୁଣି ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକାର୍ଯ୍ୟ ଥିଲା ଓ ଦୁଇ କିରୂବ ମଧ୍ୟରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା। 19 ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ୟର ଉଭୟ ପାର୍ଶ୍ୱର ଖର୍ଜ୍ଜୁର ବୃକ୍ଷକୁ ଅନାଇଥିଲେ। 20 ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବଦୂତ ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହୋଇଥିଲା।

21 ପବିତ୍ର ସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖରେ କାଠରେ ନିର୍ମିତ ବେଦି ପରି ଦେଖାଯାଉଥିବା କିଛି ଗୋଟିଏ ଥିଲା। 22 ଯଜ୍ଞବେଦି କାଷ୍ଠ ନିର୍ମିତ ତିନି ହାତ ଉଚ୍ଚ ଥିଲା ଓ ତାହାର ଦୈର୍ଘ୍ୟ ଦୁଇ ହାତ ଥିଲା। ଆଉ ତାହାର କୋଣସବୁ ତହିଁର ଦୈର୍ଘ୍ୟ। ତହିଁର ଗ୍ଭରିପାଖ କାଷ୍ଠମୟ ଥିଲା। ପୁଣି ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମେଜ ଏହି।”

23 ମନ୍ଦିର ଓ ମହାପବିତ୍ର ସ୍ଥାନର ଦୁଇଟି ଲେଖାଏଁ ଦ୍ୱାର ଥିଲା। 24 ପ୍ରତ୍ୟେକ କବାଟରେ ଦୁଇଟି ପଟା ଥିଲା। ପ୍ରତ୍ୟେକ କବାଟ ଦୁଇଟି କ‌ବ୍‌ଜା ବିଶିଷ୍ଟ ପଟାରେ ତିଆରି ହୋଇଥିଲା। 25 ପୁଣି କାନ୍ଥରେ ଯେପରି କିରୂବଦୂତଗଣର ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା ସେହିପରି ମନ୍ଦିର କବାଟରେ ମଧ୍ୟ ହୋଇଥିଲା। ବାହାର ବାରଣ୍ଡାର ଅଗ୍ର ଭାଗରେ ମୋଟ କଡ଼ିକାଠର ଛାତ ଥିଲା। 26 ବାରଣ୍ଡାର ପାର୍ଶ୍ୱରେ ଏ ପାଖରେ ଓ ସେ ପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାର୍ଶ୍ୱ କୋଠରୀ ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା।