Add parallel Print Page Options

Prophecies Against Israel

ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସେମାନଙ୍କ ପ୍ରତି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। କୁହ:‘ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ! ସଦାପ୍ରଭୁ, ମୋର ପ୍ରଭୁ ପର୍ବତଗୁଡ଼ିକୁ, ଉପପର୍ବତଗୁଡ଼ିକୁ, ଜଳପ୍ରଣାଳୀ ଓ ଉପତ୍ୟକା ସମୂହକୁ ଏହି କଥା କହନ୍ତି, ଦେଖ ଆମ୍ଭେ ନିଜେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ‌‌ଖ‌ଡ଼୍‌ଗ ଆଣିବା ଓ ତୁମ୍ଭମାନଙ୍କର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା। ଆମ୍ଭେ ତୁମ୍ଭମାନଙ୍କର ହୋମବଳି ନିମନ୍ତେ ଥିବା ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବେଦିକୁ ମଧ୍ୟ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ଫୋପାଡ଼ି ଦେବା। ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଯଜ୍ଞବେଦିଗୁଡ଼ିକରେ ଗ୍ଭରିଆଡ଼େ ବିଞ୍ଚିଦେବା। ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆଯିବ ଓ ଉଚ୍ଚସ୍ଥଳୀସବୁ ଧ୍ୱଂସ କରାଯିବ। ଯାହା ଫଳରେ ତୁମ୍ଭମାନଙ୍କର ଯଜ୍ଞବେଦି କେବେ ପୁଣି ବ୍ୟବହାର ହେବ ନାହିଁ ଓ ତାହା ଭଗ୍ନ ହୋଇ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହେବ। ତୁମ୍ଭର ଧୂପବେଦି ଭଙ୍ଗାଯିବ ଓ ଦୂରରେ ମନୁଷ୍ୟ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ୟାନ୍ୟ ବସ୍ତୁସବୁ ତୁମ୍ଭେ ତିଆରି କଲ, ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯିବ। ତୁମ୍ଭମାନଙ୍କର ଲୋକମାନେ ନିହତ ହେବେ, ତାହାହେଲେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।’”

“କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସେମାନେ ‌‌ଖ‌ଡ଼୍‌ଗରୁ ଖସିଯାଇ ଯେତେବେଳେ ନାନା ଦେଶରେ ଛିନ୍ନଭିନ୍ନ ହୋଇ ରହିବେ। ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀୟମାନଙ୍କୁ ବନ୍ଦୀରୂପେ ନିଆଯିବ, ସେମାନେ ମୋତେ ମନେ ରଖିବେ ଏବଂ ଆମ୍ଭେ ସେମାନଙ୍କର ବ୍ୟଭିଗ୍ଭରୀ ହୃଦୟକୁ କିପରି ଦୁଃଖରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂରେଇ ଗଲା ଏବଂ ସେମାନଙ୍କର ବ୍ୟଭିଗ୍ଭରୀ ଆଖି ଯାହା ସେମାନଙ୍କର ମୂର୍ତ୍ତିସବୁକୁ ଅନୁସରଣ କଲା। ସେମାନେ ନିଜେ କରିଥିବା କୁକର୍ମ ପାଇଁ ଓ ସେମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ନିଜକୁ ଘୃଣା କରିବେ। 10 ଯେଉଁଥିପାଇଁ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ସେମାନେ ମଧ୍ୟ ହୃଦୟଙ୍ଗମ କରିବେ ଯେ, ଆମ୍ଭେ ବୃଥାରେ କହି ନ ଥିଲୁ, ଯେତେବେଳେ ଆମ୍ଭେ କହିଥିଲୁ ଯେ, ଏହା ଆମ୍ଭେ ସେମାନଙ୍କ ପ୍ରତି ଏହି ମନ୍ଦକାର୍ଯ୍ୟ କରିବା।”

11 ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ: ଧିକ୍! ସେମାନଙ୍କର ଘୃଣ୍ୟ ଓ ମନ୍ଦକାର୍ଯ୍ୟ ଯୋଗୁଁ ଇସ୍ରାଏଲର ଗୃହ ‌‌ଖ‌ଡ଼୍‌ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହେବ। 12 ଦୂରବର୍ତ୍ତୀ ଲୋକମାନେ ମହାମାରୀରେ ମରିବେ। ନିକଟବର୍ତ୍ତୀ ଲୋକମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ ଓ ଅବଶିଷ୍ଟ ଲୋକମାନେ ଦୁର୍ଭିକ୍ଷରେ ମରିବେ। କେବଳ ତା’ପରେ ଆମ୍ଭେ ସେମାନଙ୍କ ଉପରେ କ୍ରୋଧିତ ହେବାରୁ ବନ୍ଦ କରିବା। 13 ସେମାନେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତେବେଳେ ସେମାନେ ସେମାନଙ୍କର ମୃତ ଶରୀର ମୂର୍ତ୍ତିମାନଙ୍କ ମଧ୍ୟରେ, ଯଜ୍ଞବେଦି ଗ୍ଭରିପାଖରେ, ପର୍ବତର ଶୀର୍ଷ ଦେଶରେ, ଶୃଙ୍ଗରେ, ପ୍ରତ୍ୟେକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କରେ ସେମାନେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନୈବେଦ୍ୟ ଉତ୍ସର୍ଗ କରୁଥିଲେ, ସେହି ସକଳ ସ୍ଥାନରେ ପାଇବେ। 14 ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ଦି‌ବ୍‌ଲା ପ୍ରାନ୍ତର ପର୍ଯ୍ୟନ୍ତ ସେମାନଙ୍କର ସମଗ୍ର ବସତି ସ୍ଥାନକୁ ଧ୍ୱଂସ ଓ ଶୂନ୍ୟ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”