Add parallel Print Page Options

ଯାରବିୟାମଙ୍କ ପୁତ୍ର ମୃତ୍ୟୁବରଣ କଲେ

14 ସେହି ସମୟରେ ଯାରବିୟାମଙ୍କ ପୁତ୍ର ଅବିୟ ଅତିଶୟ ପୀଡ଼ିତ ହେଲେ। ଯାରବିୟାମ ନିଜର ପତ୍ନୀକୁ କହିଲେ, “ତୁମ୍ଭେ ଯେପରି ମୋର ପତ୍ନୀ ବୋଲି ଜଣା ନ ପଡ଼ିବ, ସେହିପରି ଛଦ୍ମ ବେଶରେ ଶୀଲୋକୁ ଯାଅ। ସେଠାରେ ଅହିୟ ଭବିଷ୍ୟ‌ଦ୍‌ବକ୍ତା ବାସ କରନ୍ତି। ସେ ମୋତେ କହିଥିଲେ ମୁଁ ଇସ୍ରାଏଲ ଲୋକମାନଙ୍କ ଉପରେ ରାଜା ହେବି। ତା’ପରେ ନିଜ ସଙ୍ଗରେ ଦଶଗୋଟି ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ’ଣ ହେବ, ତାହା ସେ ତୁମ୍ଭକୁ ଜଣାଇବେ।”

ରାଜା ଯାରବିୟାମଙ୍କ ନିର୍ଦ୍ଦେଶ ଅନୁସାରେ ଯାରବିୟାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ଗୃହକୁ ଗଲେ। ଅତ୍ୟନ୍ତ ବୃଦ୍ଧ ହୋଇଯାଇ ଥିବାରୁ ଅହିୟ ଅନ୍ଧ ହୋଇ ଯାଇଥିଲେ। କିନ୍ତୁ ସଦାପ୍ରଭୁ ଅହିୟକୁ କହିଲେ, “ଏହାକୁ ଦେଖ, ଯାରବିୟାମର ପତ୍ନୀ ନିଜର ପୁତ୍ରର ଭାଗ୍ୟ ବିଷୟରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡ଼ିତ ଅଛି।”

ତାହାକୁ ତୁମ୍ଭେ ମୋର ବାର୍ତ୍ତା କହିବା ଉଚିତ୍। ଯେତେବେଳେ ସେ ଆସେ ସେ ଅନ୍ୟ ଜଣେପରି ଛଳନା କରିବ। ଅହିୟ ତା’ର ପାଦଶବ୍ଦ ଦ୍ୱାରଦେଶରେ ଶୁଣି କହିଲେ, “ହେ ଯାରବିୟାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କାହିଁକି ଦେଖାଉଛ? ମୁଁ ଏକ ଦୁଃସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଯାରବିୟାମକୁ କୁହ ଯେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମୋର ଲୋକ ଇସ୍ରାଏଲ ଉପରେ ତୁମକୁ ରାଜା କଲି। ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭକୁ ଦେଲି। ମାତ୍ର ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋତେ ଅନୁସରଣ କଲ ନାହିଁ। ସେ ମୋର ସମସ୍ତ ଆଦେଶ ମନପ୍ରାଣ ଦେଇ ପାଳନ କଲା। ସେ କେବଳ ମୋ’ ଦୃଷ୍ଟିରେ ଯାହା ଭଲ ତାହା କଲା। କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ। 10 ହେ ଯାରବିୟାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛିନ୍ନ କରିବାକୁ ଯାଉଅଛି। ତୁମ୍ଭ ପରିବାରର ପ୍ରତ୍ୟେକ ପୁରୁଷଙ୍କୁ ମୁଁ ହତ୍ୟା କରିବି। ଅଗ୍ନି ଯେପରି ଘାସକୁ ପୋଡ଼ି ପାଉଁଶ କରିଦିଏ, ସେହିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେବି। 11 ଯାରବିୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।’”

12 ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଅହିୟ ଯାରବିୟାମର ପତ୍ନୀକୁ କହିଲେ, “ତୁମ୍ଭେ ଗୃହକୁ ଫେରିଯାଅ, ତୁମ୍ଭେ ତୁମ୍ଭ ନଗରରେ ପହଞ୍ଚିବା ମାତ୍ରେ ତୁମ୍ଭର ପୁତ୍ର ମୃତ୍ୟୁବରଣ କରିବ। 13 ପୁଣି ସମଗ୍ର ଇସ୍ରାଏଲ ତା’ର ମୃତ୍ୟୁରେ ଶୋକ କରିବ ଓ ତାକୁ ନେଇ କବର ଦେବ। ସେ ହେଉଛି ଯାରବିୟାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯାରବିୟାମର ପରିବାରରେ କେବଳ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ। 14 ସଦାପ୍ରଭୁ ଇସ୍ରାଏଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସେହି ନୂଆ ରାଜା ଯାରବିୟାମ ପରିବାରକୁ ଖୁବ୍ ଶୀଘ୍ର ଧ୍ୱଂସ କରିବେ। 15 ତା’ପରେ ସଦାପ୍ରଭୁ ଇସ୍ରାଏଲକୁ ଆଘାତ କରିବେ। ଇସ୍ରାଏଲୀୟମାନେ ପାଣି ଭିତରେ ଥରୁଥିବା ଘାସ ପରି ଥରିବେ। ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦେଇଥିଲେ, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ଫରାତ୍ ନଦୀ ଆରପାରିକୁ ଛିନ୍ନଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସେମାନେ ନିଜ ପାଇଁ ଆଶେରା ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି। 16 ଯାରବିୟାମ ନିଜେ ସବୁପାପ କରିଅଛି ଓ ଇସ୍ରାଏଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ପରାଜିତ କରିବାକୁ ଦେବେ।”

17 ଏହା ପରେ ଯାରବିୟାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା। ସେ ଗୃହର ଦ୍ୱାରବନ୍ଧ ନିକଟରେ ନ ପହଞ୍ଚୁଣୁ ତା’ର ପୁତ୍ର ମଲା। 18 ସମଗ୍ର ଇସ୍ରାଏଲ ତା’ ପାଇଁ ଶୋକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିୟଙ୍କୁ ଯାହା ଯାହା କହିଥିଲେ, ସେହିପରି ସମସ୍ତ କାର୍ଯ୍ୟ ଘଟିଲା।

19 ଏହି ଯାରବିୟାମଙ୍କର ସମସ୍ତ କାର୍ଯ୍ୟକଳାପ, ତା’ର ରାଜ୍ୟ ଶାସନର ପ୍ରକୃତ କଥା ଓ ସେ କିପରି ଯୁଦ୍ଧ କଲେ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି। 20 ଯାରବିୟାମ ବାଇଶ ବର୍ଷ ପାଇଁ ରାଜତ୍ୱ କଲେ। ତାଙ୍କର ମୃତ୍ୟୁପରେ ସେ ନିଜର ପିତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ନାଦବ୍ ରାଜତ୍ୱ କଲେ।

ଯିହୁଦାର ରାଜା ରିହବିୟାମ

21 ଶଲୋମନଙ୍କର ପୁତ୍ର ରିହବିୟାମ ଏକଗ୍ଭଳିଶ ବର୍ଷ ବୟସରେ ରାଜା ହେଲେ। ସେ ଯିରୁଶାଲମରୁ ଯିହୁଦାରେ ସତର ବର୍ଷ ରାଜତ୍ୱ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇସ୍ରାଏଲ ମଧ୍ୟରୁ ସେହି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ।

22 ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କର୍ମରେ ଲିପ୍ତ ରହିଲେ। ସେମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଅପେକ୍ଷା ଅଧିକ ପାପକାର୍ଯ୍ୟ କରି ସଦାପ୍ରଭୁଙ୍କୁ କୋପାନ୍ୱିତ କରାଇଲେ। 23 ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ସବୁଜ ବୃକ୍ଷମୂଳରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। 24 ଆଉ ମଧ୍ୟ ସେ ଭୂମିରେ ପୁରୁଷ ବେଶ୍ୟା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସେହି କୁକର୍ମ ସେଠାରେ ବାସ କରୁଥିବା ଲୋକମାନେ ମଧ୍ୟ କରୁଥିଲେ। ତେଣୁ ପରମେଶ୍ୱର ସେହି ଜାତିଠାରୁ ଭୂମି ଛଡ଼ାଇ ଏବଂ ଏହା ଇସ୍ରାଏଲୀୟମାନଙ୍କୁ ଦେଇଥିଲେ।

25 ରିହବିୟାମଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ମିଶରର ରାଜା ଶୀଶକ୍ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କଲେ। 26 ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ୟତୀତ ସୁବର୍ଣ୍ଣର ଢାଲସବୁ ନେଇଗଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନେଇଥିଲେ। 27 ତେଣୁ ରିହବିୟାମ ସୁବର୍ଣ୍ଣ ଢାଲ ବଦଳରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ। 28 ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରୀମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ଯ୍ୟ ସମାପ୍ତି ପରେ ସେମାନେ ଫେରି ଆସି ପ୍ରହରୀଶାଳାର କାନ୍ଥରେ ଢାଲଗୁଡ଼ିକୁ ରଖୁଥିଲେ।

29 ରିହବିୟାମଙ୍କ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 30 ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ମଧ୍ୟରେ ଯୁଦ୍ଧରେ ରତ ରହୁଥିଲେ।

31 ରିହବିୟାମଙ୍କ ମୃତ୍ୟୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବରରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିୟାମ ରାଜା ହେଲେ।