Add parallel Print Page Options

ଦାଉଦ ତାଙ୍କର ସୈନ୍ୟମାନଙ୍କୁ ଗଣନା କରିବା ପାଇଁ ନିଷ୍ପତ୍ତି ନେଲେ

24 ସଦାପ୍ରଭୁ ପୁନ୍ନରାୟ ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରେଇଲେ। ତେଣୁ ଦାଉଦ ଆଦେଶ ଦେଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”

ରାଜା ଦାଉଦ ତାଙ୍କର ସେନାପତି ଯୋୟାବକୁ ଡାକି କହିଲେ, “ତୁମ୍ଭେମାନେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ବଂଶ ଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”

କିନ୍ତୁ ଯୋୟାବ ରାଜାଙ୍କୁ କହିଲେ, “ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ 100 ଗୁଣ ବୃଦ୍ଧି କରାନ୍ତୁ ଓ ମୋ’ ପ୍ରଭୁ ମହାରାଜାଙ୍କ ଚକ୍ଷୁ ତାହା ଦେଖୁ। କାହିଁକି ରାଜା ସେହି କାର୍ଯ୍ୟ କରିବାକୁ ଗ୍ଭହାନ୍ତି?”

ରାଜା ଦାଉଦ ଗୁରୁତର ସହକାରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସେନାଧ୍ୟକ୍ଷଙ୍କୁ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସେନାଧ୍ୟକ୍ଷମାନେ ରାଜାଙ୍କ ପାଖରୁ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ। ସେମାନେ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ସେମାନେ ଅରୋୟେରରେ ସେନା ଛାଉଣି ପକାଇଲେ। ସେମାନଙ୍କର ଛାଉଣି ସହରର ଦକ୍ଷିଣ ପାର୍ଶ୍ୱରେ ରହିଲା। ସହରଟି ଗାଦ୍ ଉପତ୍ୟକାର ମଧ୍ୟରେ ଅବସ୍ଥିତ ଥିଲା, ଯାହାକି ଯାସେର ପର୍ଯ୍ୟନ୍ତ ବିସ୍ତୃତ ଥିଲା।

ତା’ପରେ ସେମାନେ ପୂର୍ବରେ ଥିବା ଗିଲିୟ‌‌‌‌ଦ୍‌‌‌‌କୁ ଓ ତହତୀମ୍ ହ‌‌‌‌ଦ୍‌‌‌‌ଶି ଦେଶକୁ ଗଲେ। ତା’ପରେ ସେମାନେ ବୁଲି ସୀଦୋନକୁ ଆସିଲେ। ସେମାନେ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କ ଓ କିଣାନୀୟମାନଙ୍କ ସମସ୍ତ ନଗରରେ ପହଞ୍ଚିଲେ। ସେମାନେ ‌ବେ‌ର୍‌ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ। ଏହା ତାଙ୍କୁ 9ମାସ 20ଦିନ ସମୟ ଲାଗିଲା। ଏହା ପରେ ସେମାନେ ଯିରୁଶାଲମକୁ ଫେରି ଆସିଲେ।

ଯୋୟାବ ରାଜାଙ୍କୁ ଗଣନାର ଚିଠା ଦେଲେ। ଇସ୍ରାଏଲରେ ‌‌ଖ‌ଡ଼୍‌ଗଧାରୀ 800,000 ବଳବାନ ଲୋକ ଓ ଯିହୁଦାର 500,000 ଲୋକ ଥିଲେ।

ସଦାପ୍ରଭୁ ଦାଉଦଙ୍କୁ ଦଣ୍ତମାନ ଦେଲେ

10 ଏହା ପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦୟ ଦୁଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଛି। ହେ ସଦାପ୍ରଭୁ, ମୁଁ ଆପଣଙ୍କୁ ବିନୟ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁଁ ଅତି ମୁର୍ଖର କର୍ମ କରିଅଛି।”

11 ଯେତେବେଳେ ଦାଉଦ ପ୍ରଭାତରେ ଶଯ୍ୟା ତ୍ୟାଗ କଲେ ସେତେବେଳେ ଦାଉଦଙ୍କ ଦର୍ଶକ ଗାଦ୍ ଭବିଷ୍ୟ‌ଦ୍‌ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। 12 ସଦାପ୍ରଭୁ ଗା‌‌‌‌ଦ୍‌‌‌‌କୁ କହିଲେ, “ଦାଉଦ ନିକଟକୁ ଯାଇ କୁହ, ‘ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖିଅଛୁ ସେଥି ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତୁ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବୁ।’”

13 ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ଏହି ତିନୋଟି ମଧ୍ୟରୁ ଗୋଟିକୁ ବାଛ।

1, ତୁମ୍ଭ ପାଇଁ, ତୁମ୍ଭ ଦେଶ ପାଇଁ ସାତ ବର୍ଷ ଦୁର୍ଭିକ୍ଷ ହେବ।

2, ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ତିନି ମାସ ପର୍ଯ୍ୟନ୍ତ ଗୋଡ଼ାଇବେ।

3, ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ।

ଏହିସବୁ କଥା ବିଷୟରେ ଭାବ ଏବଂ ଏହି ତିନି କଥାରୁ ଗୋଟିକୁ ବାଛ। ଏବଂ ମୁଁ ସଦାପ୍ରଭୁଙ୍କୁ ତୁମ୍ଭର ପସନ୍ଦ ଜଣାଇ ଦେବି। ଯେହେତୁ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି।”

14 ଦାଉଦ ଗା‌‌‌‌ଦ୍‌‌‌‌କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।”

15 ତେଣୁ ସଦାପ୍ରଭୁ ଇସ୍ରାଏଲକୁ ମହାମାରୀ ପଠାଇଲେ। ଏହି ପ୍ରତ୍ୟୁଷରୁ ଆରମ୍ଭ ହୋଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ଭଲୁ ରହିଲା। ତେଣୁ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ 70,000 ଲୋକ ମୃତ୍ୟୁବରଣ କଲେ। 16 ଦୂତ ଯିରୁଶାଲମକୁ ଧ୍ୱଂସ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦୁଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କୁ କହିଲେ, “ଯେଉଁ ଲୋକମାନଙ୍କୁ ମାରିଅଛ ତାହା ଯଥେଷ୍ଟ, ତୁମ୍ଭ ହସ୍ତ ନତ କର।” ଏହି ସମୟରେ ସେହି ଦୂତ ଯିବୂଷୀୟ ଅରୌଣାରେ ଶସ୍ୟ ମର୍ଦ୍ଦନ ସ୍ଥାନ ନିକଟରେ ଥିଲେ।

ଦାଉଦ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନକୁ କିଣିଲେ

17 ପୁଣି ଦାଉଦ ସେହି ସଂହାରକ ଦୂତକୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି। ମାତ୍ର ଏହି ମେଷଗଣ କ’ଣ କଲେ? ବିନୟ କରୁଅଛି ତୁମ୍ଭ ହସ୍ତ ମୋ’ ପ୍ରତିକୂଳରେ ଓ ମୋ’ ପିତୃଗୃହର ପ୍ରତିକୂଳରେ ହେଉ।”

18 ସେହି ଦିନ ଗାଦ୍ ଦାଉଦଙ୍କ ନିକଟକୁ ଯାଇ ତାହାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।” 19 ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗା‌ଦ୍‌ର ବାକ୍ୟନୁସାରେ ଉଠି ଗଲେ। 20 ସେତେବେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ୟ ଓ ତାଙ୍କର ଦାସମାନେ ତାଙ୍କ ଆଡ଼କୁ ଆସୁ ଅଛନ୍ତି। ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। 21 ପୁଣି ଅରୌଣା ପଗ୍ଭରିଲା, “ମୋ’ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି କାରଣରେ ଆସିଲେ?” ସଦାପ୍ରଭୁଙ୍କ ପାଇଁ ବେଦି ତିଆରି କରିବାକୁ ମୁଁ ତୁମ୍ଭର ଖଳାର ଭୂମି କିଣିବାକୁ ଆସିଅଛି। ତା’ପରେ ମହାମାରୀ ବନ୍ଦ ହେବ।

ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେମନ୍ତ ମହାମାରୀ ନିବୃତ୍ତ ହେବ। ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବ। କାରଣ ତୁମ୍ଭଠାରୁ ଶସ୍ୟ ମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”

22 ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋ’ ପ୍ରଭୁ ମହାରାଜା ଆପଣଙ୍କୁ ଯାହା ଭଲ ଲାଗେ ତାହା ଦେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ ହୋମବଳି ନିମନ୍ତେ ଏହି ବୃଷକୁ ଓ କାଠ ନିମନ୍ତେ ଏହି ଶସ୍ୟ ମର୍ଦ୍ଦନ ଯନ୍ତ୍ର ସଜ୍ଜ ଅଛି। 23 ହେ ମହାରାଜ, ଅରୌଣା ଏ ସମସ୍ତ ମହାରାଜାଙ୍କୁ ଦେଉଅଛି।” ପୁଣି ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ।”

24 ତହିଁରେ ରାଜା ଅରୌଣାକୁ କହିଲେ, “ନା, ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି ଆଉ ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନା ମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।”

ତହୁଁ ଦାଉଦ ପଗ୍ଭଶ୍ ଶେକଲ ରୂପାରେ ସେହି ଶସ୍ୟ ମର୍ଦ୍ଦନ ସ୍ଥାନ ଓ ବୃଷ ସବୁ କିଣିଲେ। 25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ।

ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।