Add parallel Print Page Options

ଯୋନାଥନ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ

14 ଏକଦିନ ଶାଉଲଙ୍କ ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲେ, “ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରୁ ପଲେଷ୍ଟୀୟଙ୍କ ଶିବିର ଆଡ଼କୁ ଯିବା।” କିନ୍ତୁ ଯୋନାଥନ ଏ କଥା ତାଙ୍କ ବାପା ଶାଉଲଙ୍କୁ କହିଲେ ନାହିଁ।

ସେ ସମୟରେ ଶାଉଲ ଗିବିୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳରେ ଥିଲେ। ପ୍ରାୟ 600 ଲୋକ ତାଙ୍କ ପାଖରେ ଥିଲେ। ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଯାଜକ ଅହିୟ ଏଫୋଦ ପିନ୍ଧି ସେଠାରେ ଥିଲା। ଐକାବୋଦ ପୀନହ‌ସ୍‌ର ପୁତ୍ର, ପୀନହସ୍ ଶୀଲୋର ଯାଜକ ଏଲିର ପୁତ୍ର।

ଯୋନାଥନ ବାହାରକୁ ଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକ ଜାଣି ନ ଥିଲେ। ଯୋନାଥନ ସିଧା ରାସ୍ତାଦେଇ ପଲେଷ୍ଟୀୟ ଶିବିରକୁ ଯିବାକୁ ଯୋଜନା କଲେ ସେ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ପଥରସବୁ ଥିଲା। ଘାଟୀର ଏକ ପାର୍ଶ୍ୱରେ ବୋ‌ତ୍‌ସେସ୍ ନାମକ ଏବଂ ଅନ୍ୟ ପାର୍ଶ୍ୱରେ ସେନି ନାମକ ଶିଳାଖଣ୍ତ ଥିଲା। ଗୋଟିଏ ପଥର ଉତ୍ତର ଦିଗସ୍ଥ, ଉତ୍ତର ଆଡ଼କୁ ମି‌କ୍‌ମସ୍ ଆଡ଼କୁ ଏବଂ ଅନ୍ୟ ପଥରଟି ଦକ୍ଷିଣସ୍ଥ ଗେବା ଆଡ଼କୁ ମୁହାଁଇଥିଲା।

ଯୋନାଥନ ତାଙ୍କ ଆଜ୍ଞାକାରୀ ଯୁବକଙ୍କୁ ଯିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକୁ କହିଲେ, “ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡ଼କୁ ଯିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରି ସେମାନଙ୍କୁ ପରାସ୍ତ କରି ପାରନ୍ତି, ଯେହେତୁ ଆମ୍ଭେ ଅଳ୍ପ ବା ବେଶୀ ସୈନ୍ୟ ହେଉ ଆମ୍ଭମାନଙ୍କୁ ରକ୍ଷା କରିବାରେ ସଦାପ୍ରଭୁଙ୍କୁ କେହି ଅଟକାଇ ପାରିବ ନାହିଁ।”

ସାହାଯ୍ୟକାରୀ ଯୁବକ ଯୋନାଥନଙ୍କୁ କହିଲା, “ତୁମ୍ଭେ ଯାହା ଭଲ ଭାବୁଛ କର ଏବଂ ତୁମ୍ଭ ସହିତ ସାରାପଥରେ ଅଛି।”

ଯୋନାଥନ ଉତ୍ତର ଦେଲେ, “ଆମ୍ଭେ ସେ ଉପତ୍ୟକାକୁ ଅତିକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କୁ ଦେଖିବାକୁ ଦେବା। ଯଦି ସେମାନେ ଆମ୍ଭମାନଙ୍କୁ କହିବେ, ‘ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ ଆଡ଼କୁ ଆସିବା’, ତେବେ ଆମ୍ଭେମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ଆଡ଼କୁ ଯିବା ନାହିଁ। 10 ଯଦି ପଲେଷ୍ଟୀୟମାନେ ଆମ୍ଭକୁ କହିବେ ‘ଆମ୍ଭମାନଙ୍କ ପାଖକୁ ଉଠି ଆସ’ ତେବେ ଆମ୍ଭେ ସେମାନଙ୍କ ପାଖକୁ ଯିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ଦେଇଛନ୍ତି। ଆଉ ଏହା ଏକ ପରାଜୟର ଚିହ୍ନ ହେବ।”

11 ତେବେ ସେ ଦୁହେଁ ପଲେଷ୍ଟୀୟଙ୍କ ପ୍ରହରୀମାନଙ୍କ ନିକଟରେ ଆପଣଙ୍କୁ ଦେଖା ଦେଲେ। ପଲେଷ୍ଟୀୟ ପ୍ରହରୀମାନେ କହିଲେ, “ଦେଖ! ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାତରେ ଲୁଚିଥିଲେ ସେଠାରୁ ଏବେ ବାହାରି ଆସୁଛନ୍ତି।” 12 ପଲେଷ୍ଟୀୟ ଶିବିରରେ ଥିବା ପ୍ରହରୀମାନେ ବଡ଼ ପାଟିରେ ଯୋନାଥନ ଓ ତାଙ୍କ ଭୃତ୍ୟକୁ କହିଲେ, “ଏଠାକୁ ଆସ, ଆମ୍ଭେ ତୁମ୍ଭେ ଦୁହିଁଙ୍କୁ ଉଚିତ୍ ଶିକ୍ଷା ଦେବୁ।”

ଯୋନାଥନ ତାଙ୍କ ଭୃତ୍ୟକୁ କହିଲେ, “ମୋତେ ଅନୁସରଣ କରି ପାହାଡ଼ ପର୍ଯ୍ୟନ୍ତ ଆସ। ସଦାପ୍ରଭୁ ଆମ୍ଭକୁ ଇସ୍ରାଏଲଠାରୁ ପଲେଷ୍ଟୀୟକୁ ପରାଜୟ କରିବା ପାଇଁ ପଠାଇଛନ୍ତି।”

13-14 ଏଥିରେ ଯୋନାଥନ ନିଜର ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲେ ଓ ତାହାର ସାହାଯ୍ୟକାରୀ ତାଙ୍କ ପଛେ ପଛେ ଗଲା। ସେମାନେ ସେହି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲେ ଓ ଯେଉଁମାନେ ଆଗରେ ଥିଲେ ସେମାନଙ୍କୁ ହତ୍ୟା କଲେ ଏବଂ ତାଙ୍କର ସାହାଯ୍ୟକାରୀ ପଛରେ ଯୋନାଥନଙ୍କ ଦ୍ୱାରା ଆହତ ହୋଇଥିବା ଲୋକମାନଙ୍କୁ ହତ୍ୟା କଲା। ଅଧା ଏକର ଜମିରେ ଯୋନାଥନ ଏବଂ ତାଙ୍କର ସାହାଯ୍ୟକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡ଼ିଏ ଜଣଙ୍କୁ ହତ୍ୟା କଲେ।

15 ସମସ୍ତ ପଲେଷ୍ଟୀୟ ସୈନ୍ୟମାନେ ଯେଉଁମାନେ ସେହି କ୍ଷେତ୍ରରେ ଥିଲେ, ଯେଉଁମାନେ ଛାଉଁଣିରେ ଥିଲେ, ଯେଉଁମାନେ ଦୁର୍ଗରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରୁ ସାହସୀ ସୈନ୍ୟମାନେ ମଧ୍ୟ ଭୟ କଲେ। ଯେପରି ସେଠାରେ ଭୂମିକମ୍ପ ହେଲା ଏହି ବିଭୀଷିକା ପରମେଶ୍ୱର ପଠାଇଥିଲେ।

16 ସେତେବେଳେ ବିନ୍ୟାମୀନ ପ୍ରଦେଶର ଗିବିୟାରେ ଶାଉଲଙ୍କ ସୈନ୍ୟମାନେ ଦେଖିଲେ ପଲେଷ୍ଟୀୟ ସୈନ୍ୟମାନେ ଏଣେତେଣେ ଦୌଡ଼ୁଛନ୍ତି। 17 ଶାଉଲ ତାଙ୍କ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ ଗଣନା କର। ମୁଁ ଜାଣିବାକୁ ଗ୍ଭହେଁ କିଏ ଛାଉଣି ତ୍ୟାଗ କରିଛନ୍ତି।”

ଯେତେବେଳେ ସେମାନେ ଗଣନା କରନ୍ତେ ଯୋନାଥନ୍ ଏବଂ ତାଙ୍କ ସାହାଯ୍ୟକାରୀ ଛାଉଣି ତ୍ୟାଗ କରିଛନ୍ତି।

18 ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ। 19 ଶାଉଲ ଯାଜକ ଅହୀୟଙ୍କ ସହ କଥା ହେବା ବେଳେ ପଲେଷ୍ଟୀୟ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା। ଶାଉଲ ଅଧୈର୍ଯ୍ୟ ହୋଇ ଉଠିଲେ ଏବଂ ଯାଜକ ଅହୀୟକୁ କହିଲେ, “ବନ୍ଦ କର! ତୁମ୍ଭ ହାତ ଏଫୋଦରୁ କାଢ଼ିଆଣ।”

20 ଶାଉଲ ସୈନ୍ୟମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଯୁଦ୍ଧଭୂମିକୁ ପଠାଇଲେ। ପଲେଷ୍ଟୀୟ ସୈନ୍ୟମାନେ ଏମିତି ଦ୍ୱନ୍ଦରେ ପଡ଼ିଗଲେ ଯେ, ଏପରିକି ସେମାନେ ନିଜ ନିଜ ‌‌ଖ‌ଡ଼୍‌ଗ ଆପଣା ସାଥୀ ସୈନ୍ୟ ବିରୁଦ୍ଧରେ ଉଠାଉଥିଲେ। 21 ଯେଉଁ ଏବ୍ରୀୟମାନେ ପଲେଷ୍ଟୀୟମାନଙ୍କ ଛାଉଣିରେ ସେବା କରୁଥିଲେ। ବର୍ତ୍ତମାନ ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକଙ୍କ ସହିତ ଯୋଗ ଦେଲେ। 22 ସେହି ଇସ୍ରାଏଲୀୟ ଯେଉଁ ସୈନ୍ୟମାନେ ଇଫ୍ରୟିମ ପର୍ବତମୟ ଅଞ୍ଚଳରେ ଲୁଚି ଥିଲେ, ସେମାନେ ମଧ୍ୟ ସମ୍ବାଦ ଶୁଣି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ ଓ ପଲେଷ୍ଟୀୟଙ୍କୁ ଗୋଡ଼ାଇଲେ।

23 ଏହିପରି ସଦାପ୍ରଭୁ ସେଦିନ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା। ପ୍ରତ୍ୟେକ ସୈନ୍ୟ ଶାଉଲଙ୍କ ସହିତ ଥିଲେ। ପ୍ରାୟ 10,000 ଲୋକ ଶାଉଲଙ୍କୁ ସାହାଯ୍ୟ କରୁଥିଲେ। ଇଫ୍ରୟିମ ପର୍ବତ ଦେଶର ସମସ୍ତ ସହରକୁ ଯୁଦ୍ଧ ବ୍ୟାପିଗଲା।

ଶାଉଲ ପୁନର୍ବାର ଏକ ଭୁଲ୍ କଲେ

24 କିନ୍ତୁ ଶାଉଲ ସେଦିନ ପୁଣି ଏକ ଭୁଲ୍ କଲେ। ଯେତେବେଳେ ସୈନ୍ୟମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ହେଲେ, ଶାଉଲ ସେମାନଙ୍କୁ, “ଯଦି କୌଣସି ଲୋକ ସନ୍ଧ୍ୟା ପୂର୍ବରୁ କିମ୍ବା ଶତ୍ରୁ ବିନାଶ କରିବା ପୂର୍ବରୁ ଖାଦ୍ୟ ଗ୍ରହଣ କରେ, ତେବେ ସେ ଦଣ୍ତିତ ହେବ।” ସେ ସେମାନଙ୍କୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ୟ କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।

25-26 ଯୁଦ୍ଧ ହେତୁ ଲୋକମାନେ ବଣକୁ ଆସିଲେ। ସେମାନେ ମୃତ୍ତିକା ଉପରେ ମହୁଫେଣା ଥିବାର ଦେଖିଲେ। ସେମାନେ ମହୁଫେଣା ପାଖକୁ ଗଲେ କିନ୍ତୁ ଖାଇଲେ ନାହିଁ। ସେମାନେ ସେମାନଙ୍କର ପ୍ରତିଜ୍ଞା ଭାଙ୍ଗିଯିବାରେ ଭୟଥିଲା 27 କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷୟରେ ଜାଣି ନ ଥିଲେ। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ୟ କରିଥିବା କଥା ସେ ଜାଣି ନ ଥିଲେ। ଯୋନାଥନ ହାତରେ ବାଡ଼ି ଥିଲା, ସେ ବାଡ଼ିର ଅଗ୍ରଭାଗ ଦ୍ୱାରା କିଛି ମହୁ ବାହାର କରି ଆଣିଲେ ଏବଂ ଖାଇଲେ ଏବଂ ବହୁତ ଆଶ୍ୱସ୍ତ ବୋଧ କଲେ।

28 ଜଣେ ସୈନିକ ଯୋନାଥନକୁ କହିଲା, “ତୁମ୍ଭ ବାପା ସୈନ୍ୟମାନଙ୍କୁ ବାଧ୍ୟ କରିଛନ୍ତି ଯିଏ ଆଜି ଖାଇବ, ସେ ଦଣ୍ତିତ ହେବ। ତେଣୁ ଲୋକମାନେ ଖାଇ ନାହାନ୍ତି ଓ ଦୁର୍ବଳ ଅନୁଭବ କରୁଛନ୍ତି।”

29 ଯୋନାଥନ କହିଲେ, “ମୋ’ ବାପା ଏ ଦେଶକୁ ବହୁତ ସମସ୍ୟା ଆଣିଛନ୍ତି। ଦେଖ! ମୁଁ ଅଳ୍ପ ମହୁ ଖାଇ କିପରି ଆଶ୍ୱସ୍ତ ବୋଧ କରୁଛି। 30 ଯଦି ଆମ୍ଭେ ଲୁଣ୍ଠିତ ହୋଇଥିବା ଖାଦ୍ୟ ଖାଇଥା’ନ୍ତୁ କେତେ ଭଲ ହୋଇଥା’ନ୍ତା? ଆମ୍ଭେ ଅଧିକାଂଶ ପଲେଷ୍ଟୀୟଙ୍କୁ ହତ୍ୟା କରି ପାରିଥା’ନ୍ତୁ।”

31 ପୁଣି ସେଦିନ ଇସ୍ରାଏଲୀୟମାନେ ପଲେଷ୍ଟୀୟଙ୍କୁ ପରାସ୍ତ କଲେ। ସେମାନେ ମି‌କ୍‌ମ‌‌‌ସ୍‌ଠାରୁ ଅୟାଲୋନ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କଲେ। ତେଣୁ ସେମାନେ କ୍ଳାନ୍ତ ଓ କ୍ଷୁଧିତ ହୋଇପଡ଼ିଲେ। 32 ସେମାନେ ମେଣ୍ଢା, ଗାଈ, ବାଛୁରି ପଲେଷ୍ଟୀୟଙ୍କଠାରୁ ଛଡ଼ାଇ ଆଣିଲେ। ଇସ୍ରାଏଲର ଲୋକମାନେ ଏତେ ଭୋକିଲା ହୋଇଥିଲେ ଯେ ସେମାନେ ପଶୁମାନଙ୍କୁ ହତ୍ୟା କରି ରକ୍ତମିଶା କଞ୍ଚାମାଂସ ଖାଇଲେ।

33 ଜଣେ ବ୍ୟକ୍ତି ଶାଉଲଙ୍କୁ କହିଲେ, “ଦେଖନ୍ତୁ ଲୋକମାନେ ରକ୍ତମିଶା ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି।”

ଶାଉଲ କହିଲେ, ତୁମ୍ଭେ ପାପ କରିଅଛ, ବର୍ତ୍ତମାନ ଗୋଟିଏ ପଥରେ ମୋ’ ସମ୍ମୁଖେ ଗୁଡ଼ାଅ। 34 ଶାଉଲ କହିଲେ, “ଯାଅ ଓ ସମସ୍ତଙ୍କୁ କୁହ ସେମାନଙ୍କର ବଳଦ ଓ ମେଷ ମୋ’ ନିକଟକୁ ଆଣିବା ପାଇଁ। ତା’ପରେ ସେମାନେ ନିଶ୍ଚୟ ଏଠାରେ ବଳଦ ଓ ମେଷକୁ ବଧ କରିବେ ଓ ଖାଇବେ। ରକ୍ତମିଶା କଞ୍ଚାମାଂସ ଖାଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କର ନାହିଁ।”

That night everyone brought their animals and killed them there. 35 ପୁଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କଲେ। ଶାଉଲ ହିଁ ନିଜେ ସେହି ଯଜ୍ଞବେଦି ନିର୍ମାଣ କରିବାକୁ ଆରମ୍ଭ କଲେ।

36 ଶାଉଲ କହିଲେ, “ଗ୍ଭଲ! ଆଜି ରାତ୍ରିରେ ପଲେଷ୍ଟୀୟମାନଙ୍କ ପଛରେ ଯିବା। ଆମ୍ଭେ ତାଙ୍କର ସର୍ବସ୍ୱ ଲୁଣ୍ଠନ କରିବା, ସେମାନଙ୍କୁ ହତ୍ୟା କରିବା।”

ସୈନ୍ୟମାନେ କହିଲେ, “ଆପଣ ଯାହା ଉଚିଚ ଭାବୁଛନ୍ତି ତାହା ହିଁ କରନ୍ତୁ।”

କିନ୍ତୁ ପୂଜକ କହିଲେ, “ଆପଣ ଏଥିପାଇଁ ପରମେଶ୍ୱରଙ୍କ ଅନୁମତି ଲୋଡ଼ନ୍ତୁ।”

37 ତେଣୁ ଶାଉଲ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟଙ୍କ ପଛରେ ଯିବି କି? ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କୁ ପରାସ୍ତ କରିବାକୁ ଦେବ କି?” କିନ୍ତୁ ପରମେଶ୍ୱର ନୀରବ ରହିଲେ।

38 ତା’ପରେ ଶାଉଲ କହିଲେ, “ସମସ୍ତ ନେତାମାନଙ୍କୁ ମୋ’ ପାଖକୁ ଡାକ। ଆସ ଆମ୍ଭେ ଖୋଜିବା, ଆଜି କିଏ ଏହି ପାପ କଲା। 39 ମୁଁ ସଦାପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରୁଛି ଯିଏ ପାପ କରିଛି, ଏପରିକି ମୋ’ ପୁଅ ହୋଇଥିଲେ ବି ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ।” ସମସ୍ତେ ନୀରବଦ୍ରଷ୍ଟା ରହିଲେ।

40 ତା’ପରେ ଶାଉଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଗୋଟିଏ କଡ଼ରେ ଛିଡ଼ା ହୁଅ। ମୁଁ ଏବଂ ମୋ’ ପୁଅ ଯୋନାଥନ ଅନ୍ୟ ପାର୍ଶ୍ୱରେ ଛିଡ଼ା ହେଉଛୁ।”

ସୈନ୍ୟମାନେ ଉତ୍ତର ଦେଲେ, “ଆପଣ ଯାହା ଗ୍ଭହାନ୍ତି ପ୍ରଭୁ।”

41 ତା’ପରେ ଶାଉଲ ପ୍ରାର୍ଥନା କଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କାହିଁକି ତୁମ୍ଭର ଦାସକୁ ଆଜି ଉତ୍ତର ଦେଲ ନାହିଁ? ଯଦି ମୁଁ କିମ୍ବା ମୋ’ ପୁଅ ଆଜି କିଛି ପାପ କରିଥାଉ, ତେବେ ଇଉରିମ୍ [a] ଏବଂ ଇସ୍ରାଏଲୀୟ ପାପ କରିଥା’ନ୍ତି ତେବେ ଥୁମିଅମ୍ ଦିଅନ୍ତୁ।”

ତହିଁରେ ଶାଉଲ ଓ ଯୋନାଥନ ବାଛି ନେଲେ ଏବଂ ଅନ୍ୟମାନେ ଛାଡ଼ ପାଇଲେ। 42 ଏଥର ଶାଉଲ କହିଲେ, “ମୁଁ କିମ୍ବା ମୋ’ ପୁଅ ଯୋନାଥନ ମଧ୍ୟରେ ଗୁଲିବାଣ୍ଟ କର,” ଏଥର ଯୋନାଥନ ନିର୍ଣ୍ଣିତ ହେଲା।

43 ଶାଉଲ ଯୋନାଥନଙ୍କୁ କହିଲେ, “କୁହ, ତୁମ୍ଭେ କ’ଣ କରିଛ।”

ଯୋନାଥନ ଶାଉଲଙ୍କୁ କହିଲା, “ମୁଁ କେବଳ ମୋ’ ବାଡ଼ିର ଅଗ୍ରଭାଗରେ ଅଳ୍ପ ମହୁ ଆହାର କରିଛି। ଏଇଥିପାଇଁ ମୁଁ କ’ଣ ମରିବି?”

44 ଶାଉଲ କହିଲେ, “ମୁଁ ପରମେଶ୍ୱରଙ୍କ ପାଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ମୋ’ ପ୍ରତିଜ୍ଞା ନ ରଖେ, ତେବେ ମୋତେ ଦଣ୍ତିତ କରିବା ପାଇଁ ପରମେଶ୍ୱରଙ୍କୁ କହିଛି। ଯୋନାଥନ ନିଶ୍ଚୟ ମରିବ।”

45 ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ।

46 ଶାଉଲ ପଲେଷ୍ଟୀୟମାନଙ୍କୁ ଗୋଡ଼ାଇଲେ ନାହିଁ ବରଂ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକୁ ଫେରିଗଲେ।

ଶାଉଲ ଇସ୍ରାଏଲ ଶତ୍ରୁ ବିରୁଦ୍ଧରେ ଯୁଦ୍ଧକଲେ

47 ଶାଉଲ ସମଗ୍ର ଇସ୍ରାଏଲକୁ ନିୟନ୍ତ୍ରଣ କଲେ। ଶାଉଲ ଇସ୍ରାଏଲ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ। 48 ଶାଉଲ ସାହସୀ ଥିଲେ। ସେ ଇସ୍ରାଏଲୀୟମାନଙ୍କ ଲୁଣ୍ଠନକାରୀଙ୍କୁ ଦମନ କଲେ। ସେ ଏପରିକି ଅମାଲେକୀୟମାନଙ୍କୁ ପରାସ୍ତ କଲେ।

49 ଯୋନାଥନ, ଯି‌ଶ୍‌ବି ଓ ମଲୀଶୂୟ ଶାଉଲଙ୍କର ତିନି ପୁତ୍ର ଥିଲେ। ମେରବ୍ ଓ ମୀଖଲ୍ ତାଙ୍କର ଜ୍ୟେଷ୍ଠା ଓ କନିଷ୍ଠା କନ୍ୟା। 50 ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା।

ଏବଂ ତାଙ୍କ ସେନାପତି ଅ‌ବ୍‌ନର ନରର ପୁତ୍ର ଥିଲେ। ନର ଶାଉଲଙ୍କ କକା ଥିଲେ। 51 ଶାଉଲଙ୍କ ପିତା କୀଶ୍ ଓ ଅ‌ବ୍‌ନରର ପିତା ନର, ଏ ଦୁହେଁ ଅବୀୟେଲର ପୁତ୍ର ଥିଲେ।

52 ଶାଉଲ ସାହସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ଯୁଦ୍ଧ କରିଥିଲେ। ସେ ଯେକୌଣସି ସମୟରେ ସାହସୀ ଓ ଯୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣାର ସେନାବାହିନୀରେ ସାମିଲ କରୁଥିଲେ ଓ ସୁରକ୍ଷା ଦେଉଥିଲେ।

Footnotes

  1. ଶାମୁୟେଲଙ୍କ ପ୍ରଥମ ପୁସ୍ତକ 14:41 ଇଉରିମ ଓ ଥୁମିଅମ୍ ଯାଜକଗଣ ପରମେଶ୍ୱରଠାରୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ବ୍ୟବହାର କରନ୍ତି। ଆମ୍ଭେମାନେ ଜାଣୁ ନାହିଁ ପ୍ରକୃତରେ ସେମାନେ କ’ଣ, କିନ୍ତୁ ସେମାନେ ଲୋଟା ବ୍ୟବହାର କରନ୍ତି, ଉଦାହରଣ ସ୍ୱରୂପ: ପଥର, ଯଷ୍ଟି ଓ ହାଡ଼ସବୁ ଫୋପଡ଼ା ହୁଏ ଲୋକମାନଙ୍କର ନିଷ୍ପତ୍ତି କରିବାରେ।