Add parallel Print Page Options

ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକକୁ ନିଜ ଘରକୁ ପଠାଇ ଦିଆଗଲା

ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା। ତା’ପରେ ସେମାନେ ସେମାନଙ୍କର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ସହ ଆମ୍ଭେ କ’ଣ କରିବାକୁ ହେବ?” ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକୁ ଫେରାଇବାକୁ ହେବ।

ତହିଁରେ ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଫେରାଇ ଦେବ, ତେବେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରୁ ଦୂରେଇ ଯିବା ପାଇଁ ଏହା ସହିତ ଉପହାର ଓ ନୈବେଦ୍ୟ ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ପବିତ୍ର ହେବ, ଏବଂ ତୁମ୍ଭେମାନେ କଳ୍ପନା କରିବ, କାହିଁକି ପରମେଶ୍ୱର ତୁମ୍ଭମାନଙ୍କୁ ଦଣ୍ତ ଦେବା ବନ୍ଦ କଲେ ନାହିଁ।”

ତା’ପରେ ସେମାନେ ପଗ୍ଭରିଲେ, “ଆମ୍ଭମାନଙ୍କୁ କ୍ଷମା ଦେବା ପାଇଁ ଆମ୍ଭେମାନେ କି ପ୍ରକାର ଉପହାର ଇସ୍ରାଏଲର ପରମେଶ୍ୱରଙ୍କୁ ପଠାଇବା ଉଚିତ୍?”

ସେମାନେ ଉତ୍ତର ଦେଲେ, “ପାଞ୍ଚୋଟି ସୁବର୍ଣ୍ଣର ଅର୍ଶ ଏବଂ ପାଞ୍ଚୋଟି ସୁବର୍ଣ୍ଣର ମୂଷା, ପଲେଷ୍ଟୀୟ ଶାସକମାନଙ୍କ ସଂଖ୍ୟାନୁସାରେ, କାରଣ ତୁମ୍ଭେମାନେ ସମସ୍ତେ ଏବଂ ତୁମ୍ଭମାନଙ୍କର ଶାସକଗଣ ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେଲ। ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗୁଡ଼ିକ ତୁମ୍ଭର ଭୂମିକୁ ଆକ୍ରମଣ କରନ୍ତି ଓ ଧ୍ୱଂସ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଦିଅ। ତାହାହେଲେ ସେ ହୁଏତ ତୁମ୍ଭମାନଙ୍କୁ, ତୁମ୍ଭର ଦେବତାଗଣଙ୍କୁ ଓ ତୁମ୍ଭର ଦେଶକୁ ଦଣ୍ତିତ କରିବା ବନ୍ଦ କରିବ। ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ।

“ସେଥିପାଇଁ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର, ଦୁଇଟି ଯୁଆଳି ଯୋଗ୍ଭ ହୋଇ ନ ଥିବା ଦୁହାଳି ଗାଈ ଆଣ। ଏହିପରି ଦୁଇଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକି ଗୁହାଳରେ ଭର୍ତ୍ତି କର। ସଦାପ୍ରଭୁଙ୍କ ସିନ୍ଦୁକକୁ ସେହି ଶଗଡ଼ ଉପରେ ରଖ ଓ ସୁବର୍ଣ୍ଣର ନ‌କ୍‌ସାକୁ ଥଳି ଭିତରେ ସିନ୍ଦୁକ ପାର୍ଶ୍ୱରେ ରଖ। ଏହିସବୁ ନ‌କ୍‌ସାଗୁଡ଼ିକ ତୁମ୍ଭକୁ କ୍ଷମା କରିବା ପାଇଁ ପରମେଶ୍ୱରଙ୍କୁ ଉପହାର। ତା’ପରେ ଶଗଡ଼କୁ ତା’ର ରାସ୍ତାରେ ପଠାଇ ଦିଅ। ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ହୃ‌‌‌‌ଦ୍‌‌‌‌ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।”

10 ତା’ପରେ ସେମାନେ ଏହା କହିଲେ, ସେମାନେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦୁଇଟି ଦୁହାଁଳି ଗାଇକୁ ଶଗଡ଼ରେ ଯୋଚି ଦେଲେ ଓ ସେମାନଙ୍କ ବାଛୁରିଗୁଡ଼ିକ ଗୁହାଳରେ ବାନ୍ଧି ଦେଲେ। 11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ। 12 ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ।

13 ସେହି ସମୟରେ ବୈ‌ଥ୍‌-ଶେମଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତେବେଳେ ସେମାନେ ଆଖି ଉଠାଇଲେ, ସେମାନେ ପବିତ୍ର ସିନ୍ଦୁକ ଦେଖିଲେ ଓ ଆନନ୍ଦିତ ହେଲେ। 14-15 ଏବଂ ବୈଥ୍-ଶେମଶରେ ଯିହୋଶୂୟ ନାମକ ଜଣେ ଲୋକର କ୍ଷେତ୍ରରେ ଶଗଡ଼ଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା।

ଲେବୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଓ ଥଳି ଭିତରେ ଥିବା ସୁବର୍ଣ୍ଣର ନ‌କ୍‌ସାକୁ ବିରାଟ ପଥର ଉପରେ ରଖିଲେ।

ତା’ପରେ ବୈଥ୍-ଶେମଶୀର ଲୋକମାନେ ଶଗଡ଼ଟିକୁ କାଟିଲେ ଏବଂ ଗାଈ ଦୁଇଟିକୁ ହତ୍ୟା କଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ନିକଟରେ ବଳି ଦେଲେ। ସେହି ଦିନ ସେମାନେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ।

16 ତହୁଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।

17 ଏହିପରି ଭାବରେ ପଲେଷ୍ଟୀୟମାନେ ସେମାନଙ୍କର ପାପ ପାଇଁ ପରମେଶ୍ୱରଙ୍କଠାରେ ସୁବର୍ଣ୍ଣର ଅର୍ବୁଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକ୍ରୋଣ ପାଇଁ ଗୋଟିଏ। 18 ସେମାନେ ମଧ୍ୟ ସୁବର୍ଣ୍ଣର ମୂଷିକମାନଙ୍କର ନ‌କ୍‌ସା ପଠାଇଲେ। ଏହି ସୁବର୍ଣ୍ଣ ମୂଷିକମାନଙ୍କର ସଂଖ୍ୟା, ପାଞ୍ଚ ଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ୟା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା।

ବୈଥ୍-ଶେମଶର ଲୋକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ପଥର ଉପରେ ରଖିଲେ। 19 ବୈ‌ଥ୍‌-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ। 20 ଏବଂ ବୈ‌ଥ୍‌-ଶେମଶର ଲୋକମାନେ କହିଲେ, “ସଦାପ୍ରଭୁ ପବିତ୍ର ପରମେଶ୍ୱରଙ୍କ ଉପସ୍ଥିତିରେ କିଏ ଛିଡ଼ା ହୋଇପାରେ? ଏଠାରୁ କେଉଁଠାକୁ ଏହି ସିନ୍ଦୁକକୁ ନିଆଯିବ?”

21 ତହୁଁ ସେମାନେ କିରିୟଥ୍-ଯିୟାରୀମୀୟ ନିକଟକୁ ଦୂତଗଣଙ୍କୁ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଫେରାଇ ଦେଇଛନ୍ତି। ତୁମ୍ଭେମାନେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକୁ ତୁମ୍ଭମାନଙ୍କର ନଗରକୁ ନେଇ ଯାଅ।”